ଆନ୍ତର୍ଜାତିକ କି୍ରକେଟରେ ମିତାଲିଙ୍କ ୨୦ ବର୍ଷ
ଆନ୍ତର୍ଜାତିକ କି୍ରକେଟରେ ମିତାଲିଙ୍କ ୨୦ ବର୍ଷ
admin
Oct 11, 2019 - 12:15
Updated: Oct 11, 2019 - 12:15
ବରୋଦା: ବିଶ୍ୱର ପ୍ରଥମ ମହିଳା କି୍ରକେଟର ଭାବେ ମିତାଲି ରାଜ ଆନ୍ତର୍ଜାତିକ କି୍ରକେଟରେ ୨୦ ବର୍ଷ ପୂରଣ କରିଛନ୍ତି । ବୁଧବାର ଭ୍ରମଣକାରୀ ଦକ୍ଷିଣ ଆଫି୍ରକା ମହିଳା ଦଳ ବିପକ୍ଷରେ ପ୍ରଥମ ଦିନିକିଆ । ମ୍ୟାଚ୍ ଖେଳିବା ସହ ଅଧିନାୟିକା ମିତାଲି ଏବେ କୃତିତ୍ୱ ହାସଲ କରିଛନ୍ତି । ୧୯୯୯ ଜୁନ୍ ୨୬ରେ ଆୟରଲାଣ୍ଡ ବିପକ୍ଷରେ ମିତାଲି ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ । ଗତ ମାର୍ଚ୍ଚରୁ ମିତାଲି ଭାରତ ପାଇଁ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନଥିବାରୁ ସେ ଆନ୍ତର୍ଜାତିକ କ୍ରିକେଟରେ ୨୦ ବର୍ଷ ପୂରଣ କରିବାର ସୁଯୋଗ ପାଇନଥିଲେ । ଫଳରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ୨ ଦଶନ୍ଧିରୁ ଅଧିକ ସମୟ ୩୭ ବର୍ଷ ବୟସ୍କା ମିତାଲି ଦିନିକିଆ କି୍ରକେଟ ଖେଳୁଛନ୍ତି । ମିତାଲି ବିଶ୍ୱରେ ସର୍ବାଧିକ ୨୦୪ଟି ମହିଳା ଦିନିକିଆ ମ୍ୟାଚ୍ ଢେ଼ଳିବାର ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଇଂଲଣ୍ଡର ସାର୍ଲୋଟ ଏଚୱାର୍ଡସ ୧୯୧ଟି, ଭାତର ଝୁଲଣ ଗୋସ୍ୱାମୀ ୧୭୮ଟି ଓ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକୱେଲ ୧୪୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ମିତାଲି ଭାରତ ପାଇଁ ୧୦ଟି ଓ ୮୯ଟି ଟ୍ୱେଣ୍ଟିମ୍ୟାଚ୍ ଖେଳିଛନ୍ତି । ମିତାଲି ଟିଟ୍ୱେଣ୍ଟି କି୍ରକେଟରୁ ଅବସର ନେଇ ସାରିଛନ୍ତି । ମିତାଲି ୨୦୪ଟି ଦିନିକିଆରୁ ୭ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ସହ ୭୬୩୧ ରନ୍ ସ୍କୋର କରିଛନ୍ତି । ପୁରୁଷ କି୍ରକେଟର ଭାରତର ସଚିନ ତେନ୍ଦୁଲକର ସବୁଠାରୁ ଦୀର୍ଘ ସମୟ ୨୨ବର୍ଷ ୯୧ ଦିନ ଆନ୍ତର୍ଜାତିକ କି୍ରକେଟ ଖେଳିଛନ୍ତି ଶ୍ରୀଲଙ୍କାର ସନତ ଜୟସୁରିଆ ୨୧ ବର୍ଷ ୧୮୪ ଦିନ ପାକିସ୍ତାନର ଜାଭେଦ ମିଅାଁଦାଦ ୨୦ ବର୍ଷ ୨୭୨ ଦିନ ଆନ୍ତର୍ଜାତିକ କି୍ରକେଟ ଖେଳିଛନ୍ତି । ଏହି କ୍ରମରେ ମିତାଲି ୪ ର୍ଥ ସ୍ଥାନରେ ରହିଛନ୍ତି ।