ଆମ୍ବୁଲାନ୍ସ ଯିବା ଆସିବାରେ ଉପୁଜିଥିଲା ସମସ୍ୟା

ଆମ୍ବୁଲାନ୍ସ ଯିବା ଆସିବାରେ ଉପୁଜିଥିଲା ସମସ୍ୟା

ସରକାରୀ  ଆକ୍ସନ ମୁଡରେ ସିଏମସି । ଏସସିବି ମେଡିକାଲକୁ ଲାଗି ରହିଥିବା କାଠଗୋଲା ଅଂଚଳ ରୁ ବୁଧବାର ବେଆଇନ ଜବର ଦଖଲକୁ ଉଛେଦ କରିଛି କଟକ ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ । ସରକାରୀ ଜମି, ଡ୍ରେନ ଉପରେ  ରହିଥିବା ପାଖାପାଖି ୨୫ ରୁ ଉର୍ଦ୍ଧ୍ବ ମେଡିସିନ ଦୋକାନ କୁ ଭାଙ୍ଗିଛି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଏହାବ୍ୟତୀତ ଏହି ମେଡିସନ ଦୋକାନ ଗୁଡିକୁ ପୂର୍ବରୁ ନୋଟିସ ମଧ୍ୟ ଦିଆଯାଇଥିଲା। ବୁଧବାର ସକାଳୁ ମାଇକ ଜରିଆରେ ସଚେତନତା ଅବଲମ୍ବନ କରିବା ପାଇଁ କୁହାଯିବା ପରେ, ଏହି ଜବରଦଖଲ ମେଡିସିନ ଦୋକାନ କୁ ଅବରୋଧ ମୁକ୍ତ କରାଯାଇଛି । ସିଏମସି ଡେପୁଟି କମିଶନର ସ୍ୱତପଦ୍ମା ଶତପଥି ଙ୍କ  କହିବା ମୁତାବକ, ପୂର୍ବରୁ ଏହି ସ୍ଥାନ କୁ ନେଇ ଅଭିଯୋଗ ଆସିଥିଲା । ଯେହେତୁ ଏହି କାଠଗୋଲା ଅଞ୍ଚଳ ଟି ଏସସିବି ମେଡିକାଲ ସାମ୍ନା ରେ ରହୁଛି । ତେଣୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ସୂଚନା ମାପଚୁପ ହେବା ଯୋଗୁ ଏଠାରେ ୨୬ ଟି ମେଡିସନ ଦୋକାନ ବେଆଇନ ନିର୍ମାଣ ହୋଇଥିବା ଜଣାପଡିଛି  । ତେବେ ଉକ୍ତ ଦୋକାନ ମାନଙ୍କୁ ନୋଟିସ ଦେବା ପରେ ବୁଧବାର ମାଇକ ଜରିଆରେ ସଚେତନତା କରାଯାଇ ବେଆଇନ ଦୋକାନ କୁ ଅବରୋଧ ମୁକ୍ତ କରଯାଇଛି ।