ଆମେରିକା ଡ୍ରୋନର ଭୁଲ ଟାର୍ଗେଟ୍, ଜାତିସଂଘ ସହାୟକ କର୍ମୀ ମୃତ

ଆମେରିକା ଡ୍ରୋନର ଭୁଲ ଟାର୍ଗେଟ୍, ଜାତିସଂଘ ସହାୟକ କର୍ମୀ ମୃତ

ଆମେରିକା ଡ୍ରୋନର ଭୁଲ ଟାର୍ଗେଟ୍, ଜାତିସଂଘ ସହାୟକ କର୍ମୀ ମୃତ

କାବୁଲ: କାବୁଲ ବିମାନବନ୍ଦରରେ ଆଉ ଏକ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଆତଙ୍କବାଦୀଙ୍କ ଉପରେ ଆମେରିକାର ଡ୍ରୋନ୍ ସଫଳ ଭାବେ ଟାର୍ଗେଟ୍ କରିଛି ବୋଲି ଆମେରିକା ଦାବି କରିଥିଲା। ମାତ୍ର ନ୍ୟୁୟର୍କ ଟାଇମ୍ସ ଡ୍ରୋନ୍ ଆକ୍ରମଣରେ ଜଣେ ଜାତିସଂଘ ସହାୟକ କର୍ମୀଙ୍କ ମୃତ୍ୟୁ ହୋଇଛି ବୋଲି ଦାବି କରିଛି।  ଆମେରିକାର ଡ୍ରୋନ୍ ଆକ୍ରମଣର ଏକ ଭିଡିଓ ପ୍ରକାଶ ପାଇଛି। ଯେଉଁଥିରେ ଦେଖାଯାଉଛି ଯେ ଆମେରିକା ବାୟୁସେନାର ଡ୍ରୋନ ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ବଦଳରେ ଭୁଲ କ୍ରମେ ଜଣେ ଜାତିସଂଘ ସହାୟତା କର୍ମୀଙ୍କୁ ଟାର୍ଗେଟ କରିଛି। କାବୁଲରୁ ଗତକାଲି ପ୍ରଥମ ଉଦ୍ଧାରକାରୀ ବିମାନର ସଫଳ ପ୍ରତ୍ୟାବର୍ତ୍ତନର କିଛି ଘଣ୍ଟା ପରେ ୩୨ ଯାତ୍ରୀଙ୍କ ଆଉ ଏକ ଦଳକୁ ନେଇ ଶୁକ୍ରବାର ଆଉ ଏକ ବିମାନ ଆଫଗାନିସ୍ତାନ ଛାଡ଼ିଥିଲା । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମସ୍ତ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ଆମେରିକା ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିବାରେ ଅବହେଳା କରାଯାଇ ନାହିଁ ବୋଲି କହିଥିଲେ । ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଜୋ ବାଇଡେନ ସମସ୍ତ ଆମେରିକୀୟଙ୍କୁ ଏକତା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି । ବ୍ରିଟେନ ବି ଆତଙ୍କବାଦ ବିପକ୍ଷରେ ଆମେରିକା ସାଙ୍ଗରେ ଅଛି ବୋଲି ଜଣାଇବା ପାଇଁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୯/୧୧ର ବାର୍ଷିକୀ ଅବସରରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ।