ଆଶ୍ଚର୍ଯ୍ୟ, ଆଖି ଡୋଳାରେ ତ୍ରିରଙ୍ଗା

ଆଶ୍ଚର୍ଯ୍ୟ, ଆଖି ଡୋଳାରେ ତ୍ରିରଙ୍ଗା

ଆଶ୍ଚର୍ଯ୍ୟ, ଆଖି ଡୋଳାରେ ତ୍ରିରଙ୍ଗା

ଚଳିତ ବର୍ଷ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ସ୍ୱଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସଚେତନତା ସୃଷ୍ଟି ପାଇଁ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ  ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏଥିପାଇଁ ତାମିଲନାଡୁର ଜଣେ ସାମାଜିକ କର୍ମୀ ନିଆରା ଢଙ୍ଗରେ ତ୍ରିରଙ୍ଗାକୁ ପ୍ରଦର୍ଶନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ପ୍ରଗାଢ ଦେଶଭକ୍ତିର ନିଦର୍ଶନ ସ୍ୱରୂପ କୋଏମ୍ବାଟୁର ଜିଲ୍ଲ  ଅନ୍ତର୍ଗତ କୁନିଆମାଥୁରର ୟୁଏମଟି ରାଜା ନିଜ ଆଖି ଡୋଳାରେ ତ୍ରିରଙ୍ଗା ଆଙ୍କି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି । ପ୍ରକୃତରେ ଏକ ପତଳା କପଡା ସଦୃଶ ସୂକ୍ଷ୍ମ ଝିଲ୍ଲୀ ଉପରେ ତ୍ରିରଙ୍ଗାର ଏକ କ୍ଷୁଦ୍ର ପ୍ରତିକୃତି ଆଙ୍କି ତାହାକୁ ସେ ଆଖି ଡୋଳାର ଧବଳ ଅଂଶରେ ଛପେଇ ଦେଇଛନ୍ତି ।

ସେଇ ତ୍ରିରଙ୍ଗା ସମ୍ବଳିତ ଆଖି ଡୋଳାର ଏକ ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡି ସର୍ବସାଧାରଣଙ୍କ ମନରେ ଜାତୀୟତା ଭାବ ଜାଗ୍ରତ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ଅନ୍ୟମାନେ ଏହାକୁ ଅନୁସରଣ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଏହା ଦ୍ୱାରା ଚକ୍ଷୁରେ ଆଲର୍ଜି ଏବଂ ସଂକ୍ରମଣର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ସତର୍କ କରାଇଥିବା ସେ କହିଛନ୍ତି ।