ଆସନ୍ତା ୩ ଦିନ କୁହୁଡ଼ି

ଆସନ୍ତା ୩ ଦିନ କୁହୁଡ଼ି

ଆସନ୍ତା ୩ ଦିନ କୁହୁଡ଼ି
ଭୁବନେଶ୍ୱର: ଲଗାତାର ୨ ଦିନ ଧରି ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବା ପରେ ପୁଣି ଖସିଛି ପାରଦ ସ୍ତର । ୬ ଡିଗ୍ରୀ ଉପରକୁ ଉଠିଥିବା ଫୁଲବାଣୀର ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ଓଡ଼ିଶାର ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି । ସେଥିରୁ ଦାରିଙ୍ଗବାଡିରେ ୭ ଡିଗ୍ରୀ, ଝାରସୁଗୁଡ଼ାରେ ୮.୨ ଡିଗ୍ରୀ ଓ ବାରିପଦାଠାରେ ୮.୫ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ୀଛି । ଗତକାଲି ତୁଳନାରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ତଳକୁ ଖସିଛି । ସେଥିମଧ୍ୟରୁ ବାଲେଶ୍ୱର ଓ ପାରାଦୀପ ଠାରେ ୧.୧ ଡିଗ୍ରୀ ହ୍ରାସ ଘଟିଥିବା ବେଳେ ବାରିପଦା ଏବଂ ଚାନ୍ଦବାଲିଠାରେ ୧.୫ ଡିଗ୍ରୀ ହ୍ରାସ ପାଇଛି । ସେହିପରି ଭୁବନେଶ୍ୱର ଠାରେ ୧.୬ ଡିଗ୍ରୀ ହ୍ରାସ ପାଇଥିବା ବେଳେ ତାଳଚେର ଠାରେ ସର୍ବାଧିକ ୨.୭ ଡିଗ୍ରୀ ତାପମାତ୍ରା କମିଛି । ଏମିତି ଭାବେ ସାରା ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ଦେଢ଼ ଡିଗ୍ରୀ ହ୍ରାସ ଘଟିଛି । ଫଳରେ ରାଜ୍ୟରେ ପୁଣି ଥରେ ଶୀତ ବଢ଼ିଛି ।