କଳିଙ୍ଗ ଷ୍ଟାଡିୟମରେ ହେବ ଲନ ବଲ୍ ପଡ଼ିଆ
କଳିଙ୍ଗ ଷ୍ଟାଡିୟମରେ ହେବ ଲନ ବଲ୍ ପଡ଼ିଆ
admin
Dec 28, 2020 - 11:40
Updated: Dec 28, 2020 - 11:40
ଭୁବନେଶ୍ୱର: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡିଶାର ଭଲ ପଦାର୍ପଣ, ଜାତୀୟ ପ୍ରତିଯୋଗିତା ପଦକ ବିଜୟ ପରେ ଏହି ଖେଳରେ ପର୍ଯ୍ୟାପ୍ତ ସମ୍ଭାବନାକୁ ନଜରରେ ରଖି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆଗେଇ ଆସିଛି । ଆଗାମୀ ସଂସ୍କରଣ ଖେଲୋ ଇଣ୍ଡିଆ ପୂର୍ବରୁ ଏହି ଖେଳକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧତା ଦେଖାଯାଇଛି । ସମ୍ପ୍ରତି ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଓଏମସି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇøାଇଛି । ଲନ୍ ବଲକୁ ରାଜ୍ୟର ଏହି କ୍ରୀଡ଼ା ଶୃଙ୍ଖଳା ଭାବେ ଗ୍ରହଣ କରିବା, କଳିଙ୍ଗ ଷ୍ଟାଡିୟମରେ ଏକ ଲନବଲ ପଡ଼ିଆ ବିକଶିତ କରିବା, ଅନୁ୍ୟନ ୫ଟି ବିଦ୍ୟାଳୟରେ ଏହି ଖେଳକୁ ପଦାର୍ପଣ କରାଇବା ଏବଂ ୧୭ ବର୍ଷରୁ କମ୍ ବର୍ଗର ଓଡ଼ିଶା ଦଳର ପୁଲ ବଢ଼ାଇବା ଲାଗି ଅନ୍ତଃବିଦ୍ୟଶଳୟ ପ୍ରତିଯୋଗିତା ଆୟୋଜନ କରୁବା ଲାଗି ନିଷ୍ପତ୍ତି ହୋଇଛି । ଖେଳର ଲୋକପି୍ରୟତା ଲାଗି ପ୍ରଚାର ଓ ପ୍ରସାର ସହିତ ପ୍ରଶିକ୍ଷକଙ୍କ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଭବିଷ୍ୟତରେ ଅନ୍ତର୍ଜାତୀୟ ସମ୍ବଳର ବିନିଯୋଗ କରି ପ୍ରଶିକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଯୋଜନା କରାଯାଇଛି । କ୍ରୀଡା ଓ ଯୁବସେବା ନିଦେ୍ର୍ଧଶକ ଭିନିଲ କି୍ରଷ୍ଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ରାଜ୍ୟ ବୋଲିଂ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, କ୍ରୀଡା ଓ ଯୁବସେବା ବିଭାଗ ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ଅନୁ ସଚିବ ସନାତନ ସାହୁ, କ୍ରୀଡ଼ା ବିକାଶର ବରିଷ୍ଠ ପରାମର୍ଶଦାତା ମନୀଶ କୁମାର, ହାଇପର୍ଫମାନ୍ସର ପରାମର୍ଶଦାତା ଲୁ୍ୟଟେନାଣ୍ଟ କର୍ନେଲ ଏ ରାଜେଶ, ଖେଲୋ ଇଣ୍ଡିଆର ପ୍ରବନ୍ଧକ କଲ୍ଲୋଳ ମୁଖାର୍ଜୀ, ସହକାରୀ ତୁହିନ ରାୟ ପ୍ରମୁଖ ଭାଗ ନେଇଥିଲେ ।