ଆସାମ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା : ଇସ୍ତଫା ଦେଲେ ଏହି ବିଧାୟକ

ଆସାମ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା : ଇସ୍ତଫା ଦେଲେ ଏହି ବିଧାୟକ

ଆସାମ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା : ଇସ୍ତଫା ଦେଲେ ଏହି ବିଧାୟକ

ଗୌହାଟୀ: ଆସାମ କଂଗ୍ରେସକୁ ବଡ଼ ଧକ୍କା ଲାଗିଛି । ସୁଶାନ୍ତ ବୋରଗୋହେନ ନାମକ ଆଉ ଜଣେ ବିଧାୟକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ବିଧାୟକ ପଦ ଛାଡ଼ି ନାହାନ୍ତି । ଜୋରହାଟ ଜିଲ୍ଲା ଥୋରାରୁ ଦୁଇ ଥର ନିର୍ବାଚିତ ସୁଶାନ୍ତ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭୁପେନ ବୋରାଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ସେ ଶାସକ ଦଳ ବିଜେପିରେ ସାମିଲ ହେବା ନେଇ ସମ୍ଭାବନା ରହିଛି । ଗତ କିଛି ଦିନ ପୂର୍ବେ ମରୀୟାନୀ ବିଧାୟକ ଋପଜ୍ୟୋତି କୁର୍ମି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଗତ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୧୨୬ ଆସନରୁ ୬୦ରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୬ ଆସନ ପାଇଥିଲା । ବିଜେପି ଆସାମ ଗଣ ପରିଷଦର ସମର୍ଥନରେ ଶାସନକୁ ଫେରିଥିା ।