ଇସ୍ରାଏଲ ଓ ହମାସ ମଧ୍ୟରେ ଛୋଟ ଲଢେ଼ଇ ଏବେ ବଡ଼ ଯୁଦ୍ଧରେ ପରିଣତ, ୧୦୩ ମୃତ

ଇସ୍ରାଏଲ ଓ ହମାସ ମଧ୍ୟରେ ଛୋଟ ଲଢେ଼ଇ ଏବେ ବଡ଼ ଯୁଦ୍ଧରେ ପରିଣତ, ୧୦୩ ମୃତ

ଇସ୍ରାଏଲ ଓ ହମାସ ମଧ୍ୟରେ ଛୋଟ ଲଢେ଼ଇ ଏବେ ବଡ଼ ଯୁଦ୍ଧରେ ପରିଣତ, ୧୦୩ ମୃତ
ଜେରୁଜେଲମ: ଇସ୍ରାଏଲ ଓ ହମାସ ମଧ୍ୟରେ ରହିଥିବା ଛୋଟକାଟର ଲଢେ଼ଇ ଏବେ ବଡ଼ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ଦେଖାଦେଇଛି । ହମାସ ଇସ୍ରାଏଲ ଉପରେ ୧୫୦୦ ରୁ ଅଧିକ ରକେଟ ମାଡ଼ କରିଥିଲା ବେଳେ ଇସ୍ରାଏଲ ତା’ଜବାବରେ ଗାଜାର ବିଭିନ୍ନ ସ୍ଥାନରେ ବିମାନରୁ ୬୦୦ ଥର ବୋମା ଓ ମିସାଇଲ ମାଡ଼ କରିସାରିଲାଣି । ହମାସର ବିଭିନ୍ନ କେନ୍ଦ୍ର, ଗାଜାରେ ଥିବା ବ୍ୟାଙ୍କ ଏବଂ ଅନ୍ୟ ସରକାରୀ ସଂସ୍ଥାକୁ ଇସ୍ରାଏଲ ସେନା ଟାର୍ଗେଟ କରୁଛି । ଏହି ଲଢେ଼ଇରେ ଏ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ୧୦୩ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ମୃତକଙ୍କ ଭିତରେ ୨୭ ଜଣ ଶିଶୁ ଅନ୍ତର୍ଭୁକ୍ତ । ମୃତକଙ୍କ ଭିତରେ ଇସ୍ରାଏଲର ୭ ଜଣ ନାଗରିକ ଥିବା ବେଳେ ବାକି ପାଲେଷ୍ଟାଇନର ନାଗରିକ ଅଛନ୍ତି । ତା’ଛଡ଼ା ଏହି ସଂଘର୍ଷରେ ୫୮୦ ଜଣ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ସେନା ଦାବି କରିଛି କି ହମାସ ଦ୍ୱାରା ଛଡ଼ାଯାଇଥିବା ୩୦୦ ରକେଟ କିଛି ତ୍ରୁଟି ଯୋଗୁଁ ଇସ୍ରାଏଲ ବଦଳରେ ଓଲଟା ଗାଜା ଉପରେ ମାଡ଼ ହୋଇଛି । ଏହା ଯୋଗୁଁ ସେଠାରେ ସାଧାରଣ ଲୋକ ଅଧିକ ସଂଖ୍ୟାରେ ହତାହତ ହୋଇଛନ୍ତି ।