ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି: ମୋଦୀ

ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି: ମୋଦୀ

ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି: ମୋଦୀ
ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି । ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୪୧ଟି କୋଇଲା ଖଣିର କମର୍ସିଆଲ ନିଲାମୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହା କହିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି । ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି । ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ମୂଳ ଲକ୍ଷ୍ୟ । କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ । ଆଲୁମିନିୟମ, ସାର, ଇସ୍ପାତ କ୍ଷେତ୍ରକୁ ଅଧିକ ସୁଯୋଗ ମିଳିବ । ୨୦୩୦ ମଧ୍ୟରେ ଶହେ ମିଲିୟନ ଟନ କୋଇଲାକୁ ଗ୍ୟାସ ଲକ୍ଷ୍ୟ । ଏଥିପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ । ପୂର୍ବ ଓ କେନ୍ଦ୍ର ଭାରତର ବିକାଶ ପାଇଁ ଏହା ବଡ଼ ମାଧ୍ୟମ ହେବ । ଦେଶରେ ୧୬ଟି ଆକାଂକ୍ଷା ଜିଲ୍ଲାରେ ବଡ଼ କୋଇଲା ଖଣି ରହିଛି । କିନ୍ତୁ କୋଇଲା ଖଣି ଥିବା ସତ୍ତ୍ୱେ ସେଠିକା ଲୋକ ଲାଭ ପାଉନାହାନ୍ତି । ନିଜ ବୁଢା ବାପାମାଙ୍କୁ ଛାଡ଼ି ଦୂରକୁ ଖଟିବାକୁ ଯିବାକୁ ପଡ଼ୁଛି । କୋଇଲା ଖଣି ଥିବା ଅଞ୍ଚଳର ବିକାଶ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆମକୁ ଆତ୍ମନିର୍ଭର ଭାରତ ବନେଇବାର ଅଛି, ନିଶ୍ଚିତ କରିବା । ଖୁବଶୀଘ୍ର ଆମେ ମହତ୍ୱପୂର୍ଣ୍ଣ ମେଡିକାଲ ଦ୍ରବ୍ୟ ବି ରପ୍ତାନୀ କରିବା । ଭାରତର ଭାଗ୍ୟ ବଦଳାଇବାକୁ ମୌକା ଆସିଛି । ଏ ମୌକା ଛାଡ଼ିବାନି । ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି । ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।