ଏଟିଏମରୁ ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ

ଏଟିଏମରୁ ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ

ଏଟିଏମରୁ ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ
ନୂଆଦିଲ୍ଲୀ: ଏଟିଏମରୁ ଟଙ୍କା ଉଠାଣ ବେଳେ କେତେକ ସମୟରେ ଆମେ ଉଠାଉଥିବା ଟଙ୍କା ପାଇ ନଥାଉ, ମାତ୍ର ଆମ ଆକାଉଣ୍ଟରୁ ଅର୍ଥ ଡେବିଟ (କଟି) ହୋଇଯାଇଥାଏ । ଏହି ଡେବିଟ ଅର୍ଥ ଆମେ ପରବର୍ତ୍ତୀ ସମୟରେ ଫେରିପାଇଥାଉ । କେତେକ ସମୟରେ ବ୍ୟାଙ୍କ ଏହି ଡେବିଟ ଅର୍ଥ ଫେରାଇବାରେ ବିଳମ୍ବ କରିଥାଏ । ଆମେ ଏଥିପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥାଉ । ଅଭିଯୋଗ ପରେ ଅନେକ ଦିନର ବିଳମ୍ବରେ ଏହି ଅର୍ଥ ଫେରିପାଉ । ଏଥିପାଇଁ ଅନେକ ସମୟରେ ଆମେ ଆର୍ଥିକ ଚାପର ସମ୍ମୁଖୀନ ହୋଇଥାଉ । ତେବେ ଆଗକୁ ଏପରି ଆର୍ଥିକ ଚାପର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ନିୟମ ଅନୁଯାୟୀ ବ୍ୟାଙ୍କ କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ଏହି ଟଙ୍କା ଫେରାଇବେ । ଆରବିଆଇ ତାଙ୍କର ଏହି ନିୟମରେ ଆଉ କିଛି ପରିବର୍ତ୍ତନ କରିଛନ୍ତି । ପରିବର୍ତ୍ତିତ ନିୟମ ଅନୁଯାୟୀ ଟଙ୍କା ଫେରାଇବ ବ୍ୟାଙ୍କ ।