ଗୋଲାପି ବଲ ଅଭ୍ୟାସ ମ୍ୟାଚ ଖେଳି ନ ପାରନ୍ତି କୋହଲି

ଗୋଲାପି ବଲ ଅଭ୍ୟାସ ମ୍ୟାଚ ଖେଳି ନ ପାରନ୍ତି କୋହଲି

ଗୋଲାପି ବଲ ଅଭ୍ୟାସ ମ୍ୟାଚ ଖେଳି ନ ପାରନ୍ତି କୋହଲି
ତୀବ୍ର ସଂଘର୍ଷପୂର୍ଣ୍ଣ, ରୋମାଞ୍ଚଭରା ତଥା ଉକ୍ରଣ୍ଠାରେ ପରିପୂର୍ଣ୍ଣ ସୀମିତ ଓଭର ପର୍ଯ୍ୟାୟ (ଏକଦିବସୀୟ ଓ ଟ୍ୱେଣ୍ଟି -୨୦ ଶୃଙ୍ଖଳା) ସରିବା ପରେ ବହୁ କି୍ରକେଟପ୍ରେମୀଙ୍କ ନଜର ଏବେ ଚଳିତ ମାସ ୧୭ ତାରିଖରୁ ଖେଳାଯିବାକୁ ଥିବା ଭାରତ ଅଷ୍ଟ୍ରେଲିଆ ଚାରି ଟିକିଆ ଶଙ୍ଖଳା ଉପରେ ରହିଛି । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁ ଥିବା ଏହି ଶୃଙ୍ଖଳା ଆଡିଲେଡରେ ଆରମ୍ଭ ହେବ ଏବଂ ଏହା ଦିବା ରାତ୍ର ଭିତ୍ତିରେ ଖେଳାଯିବ । ଏହି ପ୍ରତୀକ୍ଷିତ ମ୍ୟାଚ ପୂର୍ବରୁ ଭାରତ ମଧ୍ୟ ଏକ ଦିବାରାତ୍ର ବା ଗୋଲାପି ବଲ ଅଭ୍ୟାସ ମ୍ୟାଚ ଖେଳିବ । ଶୁକ୍ରବାରଠାରୁ ସିଡନିରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳି ନ ପାରନ୍ତି । ମଙ୍ଗଳବାର ତୃତୀୟ ଟ୍ୱେଣ୍ଟି-୨୦ ମ୍ୟାଚ ପରେ ସେ ଏହି ସଙ୍କେତ ଦେଇଛନ୍ତି । ଅଭ୍ୟାସ ମ୍ୟାଚକୁ ନେଇ ଦେଇଥିବା ପ୍ରତିକି୍ରୟାରେ ସେ କହିଛନ୍ତି ଯେ ଶୋଇକି ଉଠିବା ପରେ ମୁଁ ନିଷ୍ପତ୍ତି ନେବି ଯେ ଅଭ୍ୟାସ ମ୍ୟାଚ ଖେଳିବି କି ନାହିଁ? ମୁଁ ଯଦି ଖେଳିବି ପୂରା ମ୍ୟାଚ ଖେଳିବି । ଆମ ଫିଜିଓଙ୍କ ସହ କଥା ହୋଇ ମୁଁ ଏଥିନେଇ ଚୂଡାନ୍ତ ନିଷ୍ପତ୍ତି ନେବି ।