ଏଣିକି ଏତଲା ଦେବାକୁ ଥାନାକୁ ଯିବାକୁ ପଡ଼ିବନି

ଏଣିକି ଏତଲା ଦେବାକୁ ଥାନାକୁ ଯିବାକୁ ପଡ଼ିବନି

ଏଣିକି ଏତଲା ଦେବାକୁ ଥାନାକୁ ଯିବାକୁ ପଡ଼ିବନି
ଭୁବନେଶ୍ୱର : ଏତଲା ଦେବାକୁ ଥାନାକୁ ଯିବାକୁ ପଡ଼ିବନି । ପୁଲିସ ଅଭିଯୋଗକାରୀଙ୍କ ଘରେ ପହଁଚି ଏତଲା ନେବ । ଆଜି ଏଭଳି ଘୋଷଣା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଲକଡାଉନ ଆରମ୍ଭ ହେବ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଥାନାକୁ ନଆସିବା ପାଇଁ ବାରଣ କରାଯାଇଛି । ଯଦି କେଉଁଠି ଚୋରି, ଡକାୟତି ବା ଅନ୍ୟ କୌଣସି ଅଭିଯୋଗ ରହିଥିବ ତେବେ ଲୋକମାନେ ସିଧା ଥାନାକୁ ନଆସିବା ପାଇଁ କୁହାଯାଇଛି । ୧୦୦କୁ ଫୋନ କରି ଅଥବା ଥାନାକୁ ଫୋନ କରି ଲୋକେ ଅଭିଯୋଗ ସମ୍ପର୍କରେ କହିପାରିବେ । ଫୋନରେ ସୂଚନା ପାଇବା ପରେ ପୁଲିସ ଅଭିଯୋଗକାରୀଙ୍କ ଘରେ ପହଁଚିବ । ସେଠାରେ ସବୁ କଥା ବୁଝି ଏତଲା ଗ୍ରହଣ କରିବ । ସେହିପରି ତଦନ୍ତରେ ବି ଅବହେଳା କରାଯିବ ନାହିଁ ବୋଲି ଡିସିପି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ମେ’ ୫ରୁ ଲକଡାଉନ ଆରମ୍ଭ ହେଉଥିବାବେଳେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଲୋକମାନେ ଚାଲିଚାଲି ଘର ପାଖ ବଜାରକୁ ଆସିପାରିବେ । ତେବେ ଶନିବାର ଓ ରବିବାର ସବୁ ବନ୍ଦ ରହିବ । ସମ୍ପ୍ରତି କରୋନା ହୁହୁ ହୋଇ ବଢ଼ିଚାଲିଛି । ପ୍ରତିଦିନ ରାଜଧାନୀରେ ହଜାରେରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।