ଭୁବନେଶ୍ୱରରେ ଆଜି ୧୧୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଜି ୧୧୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱରରେ ଆଜି ୧୧୧୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ୧୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଆଜିର ୧୧୧୬ କ୍ୱାରେଂଟିନରୁ ୧୧୭ ଏବଂ ୯୩୯ ଲୋକାଲ କଂଟାକ୍ଟରେ ଚିହ୍ନଟ ହୋଇଛନ୍ତି । ପାତ୍ରପଡାରୁ -୫୦, ଓଲ୍ଡଟାଉନ -୩୬, ରସୁଲଗଡରୁ -୩୬, ନାୟପଲ୍ଲୀରୁ-୪୯, ଖଣ୍ଡଗିରିରୁ-୩୬, ଓ ଡୁମୁଡୁମାରୁ-୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟଧାନୀ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୪୮ ହଜାର ୨୫୬କୁ ବୃଦ୍ଧି ପାଇଛି । ରାଜଧାନୀରେ ଆରମ୍ଭରୁ ଏଯାଏଁ ୨୭୨ ଜଣ କରୋନା ଯୋଗୁଁ ଜୀବନ ଚାଲିଯାଇଛି । କୋଭିଡ ହସ୍ପିଟାଲରୁ ୩୯,୦୧୬ ଜଣ ପଜିଟିଭ ଆକ୍ରାନ୍ତ ଭଲ ହୋଇ ଘରକୁ ଫେରିଛନ୍ତି । କରୋନା ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇଥିବା ରୋଗୀ ମେଡିକାଲ ଓ ଗୃହରେ ୮ ହଜାର ୯୪୭ ଜଣ ଚିକିତ୍ସା ହେଉଛନ୍ତି । ପ୍ରକାଶ ଯେ ,ଆଜି ଦିନକରେ ୮୨୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୮୨୧୬ ମଧ୍ୟରୁ କ୍ୱାରେଂଟିନରୁ ୪୬୮୪, ଲୋକାଲ କେସରୁ ୩୫୩୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୬୩୬, କଳାହାଣ୍ଡି-୨୩୮ , କଟକ-୪୪୭, ନୂଆପଡା -୨୬୧, ସମ୍ବଲପୁର-୩୮୫, ଝାରସୁଗୁଡା-୩୧୬ , ପୁରୀ-୪୦୨, ବରଗଡ-୩୭୫, ନବରଙ୍ଗପୁର-୩୧୯, ବାଲେଶ୍ୱର-୩୦୨ , ସୁବର୍ଣ୍ଣପୁର-୧୪୮ , ବଲାଙ୍ଗିର-୩୦୫ , ଷ୍ଟେଟପୁଲ-୨୩୮, ଗଞ୍ଜାମ-୬୯, ମୟୂରଭଞ୍ଜ-୧୯୦, କେନ୍ଦୁଝର-୧୨୯, କୋରାପୁଟ-୧୩୩, ଭଦ୍ରକ-୬୩, ଯାଜପୁର-୩୪୭, ନୟାଗଡ-୨୫୦ , ରାୟଗଡା-୨୩୨, ଅନୁଗୁଳ-୩୯୪, ଜଗତସିଂହପୁର-୧୦୬, ଗଜପତି-୧୨୧, କେନ୍ଦ୍ରାପଡା-୮୭, ବୌଦ୍ଧ-୯୮, କନ୍ଧମାଳ-୭୭, ଢେଙ୍କାନାଳ-୪୭, ଓ ମାଲକାନଗିରି-୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୭୩ ହଜାର ୫୪୮ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୪ ଲକ୍ଷ ୦୪ ହଜାର ୦୬୩ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।