ବଢିଲା ଡ୍ୟାନ୍ସବାର ଅଡ଼ୁଆ

ବଢିଲା ଡ୍ୟାନ୍ସବାର ଅଡ଼ୁଆ

ବଢିଲା ଡ୍ୟାନ୍ସବାର ଅଡ଼ୁଆ
ଭୁବନେଶ୍ୱର: ପୁଣି ଖୋଲିବାକୁ ଆଶା ବାନ୍ଧିଥିବା ଡ୍ୟାନ୍ସ ବାରର ଅଡ଼ୁଆ ବଢିଲା । ସମସ୍ତ ୭ଟି ଡ୍ୟାନ୍ସ ବାରକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆଣିବାକୁ ଡ୍ୟାନ୍ସ ବାରକୁ ନୋଟିସ ଜାରି କରାଯାଇଛି । ଅଗ୍ନି ନିରାପତ୍ତା ଯାଞ୍ଚ କରାଇ ପ୍ରମାଣ ପତ୍ର ନଆଣିବା ଯାଏ ଅନୁମିତି ମଳିବନି ବୋଲି ସ୍ପଷ୍ଟଭାବେ କୁହାଯାଇଛି । ଅନ୍ୟପକ୍ଷରେ ଅଗ୍ନିଶମ ସହ ଡ୍ୟାନ୍ସ ବାର ଖୋଲାରେ ଅବକାରୀ ବିଭାଗ ବି ବାଧକ ସାଜିଛି । ସବୁ କାଗଜାତ ନଦେଖାଇବା ଯାଏଁ ଡ୍ୟାନ୍ସ ବାର ଖୋଲାଯାଇପାରିବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍‌ସ୍‌ ବାର୍‌କୁ ମଳିଥିବା ଫାୟାର୍‌ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବୁଧବାର ଫାୟାର୍‌ ସର୍ଭିସ୍‌ ଡିଜି ବି. କେ. ଶର୍ମା କହିଛନ୍ତି। ସେ କହିଛନ୍ତି ଯେଉଁ ଅଧିକାରୀମାନେ ଏନ୍‌ଓସି ଦେଇଛନ୍ତି ତାହା ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ନିୟମାନୁସାରେ ଡ୍ୟାନ୍‌ସ୍‌ ବାର୍‌ ମାଲିକମାନଙ୍କୁ ଏନ୍‌ଓସି ନିମନ୍ତେ ପୁନର୍ବାର ଆବେଦନ କରିବାକୁ ପଡ଼ିବ।