ଏଣିକି ଦୁଇ ଭାଗ ହୋଇପାରେ ଭୁବନେଶ୍ୱର ପୁଲିସ

ଏଣିକି ଦୁଇ ଭାଗ ହୋଇପାରେ ଭୁବନେଶ୍ୱର ପୁଲିସ

ଏଣିକି ଦୁଇ ଭାଗ ହୋଇପାରେ ଭୁବନେଶ୍ୱର ପୁଲିସ
ଭୁବନେଶ୍ୱର: ଏଣିକି ଦୁଇ ଭାଗ ହୋଇପାରେ ଭୁବନେଶ୍ୱର ପୁଲିସ । ଏନେଇ ଏକ ପ୍ରସ୍ତାବ ଆସିଛି । ଆଉ ଏଭଳି ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ୱର-କଟକ ପୁଲିସ କମିଶନର । ସେ ଡିଜିପିଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର ସହରର ପୁଲିସ ବ୍ୟବସ୍ଥାକୁ ୨ ଭାଗ କରିବାକୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଡିଜିପିଙ୍କୁ ପ୍ରସ୍ତାବ ଦେଇଛନ୍ତି । ୨ ଭାଗରେ ଯଥା ଉତ୍ତର ଓ ଦକ୍ଷିଣ ଭୁବନେଶ୍ୱର କରିବାକୁ ପ୍ରସ୍ତାବ ଦେଇଛନ୍ତି । ୨ଟି ଜୋନରେ ୨ ଜଣ ଡିସିପି ନିଯୁକ୍ତି ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଲୋକସଂଖ୍ୟା ଓ ଯାନବାହାନ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରର ପୁଲିସ ବ୍ୟବସ୍ଥାକୁ ୨ ଭାଗ କରିବାକୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଡିଜିପିଙ୍କୁ ପ୍ରସ୍ତାବ ଦେଇଛନ୍ତି ।