ଖୋଲାଗଲା ସ୍ମିତାରାଣୀଙ୍କ ଲକର

ଖୋଲାଗଲା ସ୍ମିତାରାଣୀଙ୍କ ଲକର

ଖୋଲାଗଲା ସ୍ମିତାରାଣୀଙ୍କ ଲକର
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀଙ୍କ ମୃତୁ୍ୟ ମାମଲାକୁ ନେଇ ଏବେ ବିଧାନସଭା ହୁଲସ୍ତୁଲ । ଏହି ମାମଲାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିଛନ୍ତି । ଏହାରି ଭିତରେ ସ୍ମିତାରାଣୀଙ୍କ ଲକର ଖୋଲାଯାଇଛି । ହରିଦାଶପୁର ସରକାରୀ କାର୍ଯ୍ୟାଳୟରେ ଥିବା ତାଙ୍କ ଲକର ଖୋଲାଯାଇଛି । ମାଜିଷ୍ଟ୍ରେଟ, ବିଡିଓ ଓ ପୁଲିସ ଉପସ୍ଥିତିରେ ଉକ୍ତ ଲକରକୁ ଖୋଲାଯାଇଛି । ଲକର ଖୋଲାହେବା ବେଳେ ସ୍ମିତାରାଣୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ । ଲକର ଭିତରେ ଥିବା କିଛି କାଜଗପତ୍ରକୁ ପୁଲିସ ଯାଞ୍ଚ କରୁଛି ।