ଏଥର ସ୍ୱାଭାବିକ ମୌସୁମୀ

ଏଥର ସ୍ୱାଭାବିକ ମୌସୁମୀ

ଏଥର ସ୍ୱାଭାବିକ ମୌସୁମୀ
ଭୁବନେଶ୍ୱର:ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗର ଆକଳନ । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ଭାବେ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୧% ବର୍ଷା ଆକଳନ ହୋଇଛି । ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତର ପୂର୍ବାଂଚଳରେ କମିବ । ଉତର-ପଶ୍ଚିମାଂଚଳ ଓ ଦକ୍ଷିଣାଂଚଳରେ ସ୍ୱାଭାବିକ ବର୍ଷା ରହିବ । ତେବେ ଉତର ପୂର୍ବାଂଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଆକଳନ ହୋଇଛି । କେନ୍ଦ୍ର ଭାରତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ସମ୍ଭାବନା ରହିଛି ।