ଏନଡିଏ ମାନେ ନୋ ଡାଟା ଆଭେଲେବୁଲ : ଶଶୀ ଥରୁର

ଏନଡିଏ ମାନେ ନୋ ଡାଟା ଆଭେଲେବୁଲ : ଶଶୀ ଥରୁର

ଏନଡିଏ ମାନେ ନୋ ଡାଟା ଆଭେଲେବୁଲ : ଶଶୀ ଥରୁର
ନୂଆଦିଲ୍ଲୀ : ପୁଣିଥରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନଥିବାରୁ ଥରୁର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଥରୁର । ଥରୁର କହିଛନ୍ତି ଯଦି କରୋନା ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ତାହାର ହିସାବ ନାହିଁ । ତେଣୁ ଚାଷୀ କେତେ ଟଙ୍କାରେ ଜିନିଷ ବିକିବେ ତାହାର ତଥ୍ୟ ସରକାର କିଭଳି ହାସଲ କରିବେ ବୋଲି ଥରୁର ପ୍ରଶ୍ନ କରିଛନ୍ତି । ଟ୍ୱିଟ କରି ସରକାରଙ୍କୁ ପ୍ରଶ୍ନ କରିବା ସହିତ ମୋଦି, ସୀତାରମଣ ଏବଂ ଶାହାଙ୍କ ଏକ ଫଟୋ ଟ୍ୱିଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଚିଦାମ୍ବରମ ଏବଂ ରାହୁଲ ଗାନ୍ଧୀ ମଧ୍ୟ ସମାନ ମତ ପୋଷଣ କରିଥିଲେ ।