ଏବିଡିଓ, ପିଇଓ ଓ ସହାୟକ ଯନ୍ତ୍ରୀଙ୍କ ବଦଳି ନିୟମ କଡ଼ାକଡ଼ି

ଏବିଡିଓ, ପିଇଓ ଓ ସହାୟକ ଯନ୍ତ୍ରୀଙ୍କ ବଦଳି ନିୟମ କଡ଼ାକଡ଼ି

ଏବିଡିଓ, ପିଇଓ ଓ ସହାୟକ ଯନ୍ତ୍ରୀଙ୍କ ବଦଳି ନିୟମ କଡ଼ାକଡ଼ି
ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଏବିଡିଓଙ୍କୁ ବି ନିଜ ବ୍ଲକରେ ନିଯୁକ୍ତି ମିଳିବନି ଭୁବନେଶ୍ୱର : ଗ୍ରାମ ରୋଜଗାର ସେବକଙ୍କ ପରି ନିଜ ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଏବିଡିଓ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ମିଳିବନି । ପଞ୍ଚାୟତିରାଜ ବିଭାଗ ଅଧୀନରେ ଜିଲ୍ଲାସ୍ତରରେ କାର୍ଯ୍ୟକରୁଥିବା ଏବିଡିଓ, ପିଇଓ, ସହାୟକ ଯନ୍ତ୍ରୀଙ୍କମାନଙ୍କ ନୂତନ ବଦଳି ନେଇ ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଆଜି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୪ଟି ସର୍ତ୍ତ ଆଧାରରେ ବଦଳି ନିୟମକୁ ଚଳିତମାସ ଶେଷ ସୁଦ୍ଧା ଜିଲ୍ଲାପାଳମାନେ କଡ଼ାକଡ଼ି ଅନୁପାଳନ କରିବେ । ବଦଳି ନିୟମକୁ କଡ଼ାକଡ଼ି ଅନୁପାଳନ କରି ନଭେମ୍ବର ୫ ତାରିଖ ସୁଦ୍ଧା ପଞ୍ଚାୟତିରାଜ ବିଭାଗକୁ ରିପୋର୍ଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିଦେ୍ର୍ଧଶ ଦେଇଛନ୍ତି । ନିଦେ୍ର୍ଧଶ ଅନୁଯାୟୀ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅତିରିକ୍ତ ବିଡିଓ, ସହାୟକ ଯନ୍ତ୍ରୀ, ପିଏ, ଜିପିଇଓ, ଜିପିଟିଏ, କନିଷ୍ଠ ଯନ୍ତ୍ରୀ କୌଣସି ପ୍ରକାରେ ଗୋଟିଏ ବ୍ଲକରେ ୫ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ । ସେହିପରି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋଟିଏ ଗ୍ରାମ ପଞ୍ଚାୟତରେ ୫ ବର୍ଷରୁ ଅଧିକ ଦିନ କାମ କରିପାରିବେନି । ପ୍ରଶାସନିକ ସ୍ୱଚ୍ଛତା ପାଇଁ ଅତିରିକ୍ତ ବିଡିଓ, ସହାୟକ ଯନ୍ତ୍ରୀ, ପିଏ, ଜିପିଇଓ, ଜିପିଟିଏ, କନିଷ୍ଠ ଯନ୍ତ୍ରୀଙ୍କୁ ନିଜ ବ୍ଲକରେ ନିଯୁକ୍ତି ମିଳିବ ନାହିଁ । ସେହିପରି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବି ନିଜ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇବେନି ବୋଲି ବଦଳି ନିୟମରେ ଉଲ୍ଲେଖ କରାଯାଇଛି ।