ଏଲିଅନଙ୍କୁ ନେଇ ବଡ ଖବର

ଏଲିଅନଙ୍କୁ ନେଇ ବଡ ଖବର

ଏଲିଅନଙ୍କୁ ନେଇ ବଡ ଖବର

ଅନ୍ୟ ଗ୍ରହରେ ଜୀବସତ୍ତା ଅଛି କି ନାହିଁ, ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳୁନାହିଁ । ୟୁଏଫଓ ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକେ ଦେଖିଥିବାର ଦାବି କରୁଛନ୍ତି । ଏହି ତଥ୍ୟକୁ ଆଧାର କରି ଗବେଷଣା ଚାଲିଥିବା ବେଳେ ଫଳାଫଳ ସାମ୍ନାକୁ ଆସିନାହିଁ । ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ପାଖେ ଏଲିଅନ୍ ଓ ୟୁଏଫଓ ସମ୍ପର୍କିତ କେତେକ ତଥ୍ୟ ଅଛି, ସେସବୁକୁ ନାସା ଗୋପନ ରଖିଥିବା ଜଣାପଡ଼ିଛି ।

ନିକଟରେ ଜଣେ ମହାକାଶ ବିଜ୍ଞାନୀ ସାଶା କ୍ୱାଞ୍ଜା ସ୍ପଷ୍ଟ କରିଛନ୍ତି ଯେ, ଖୁବ୍ ଶୀଘ୍ର ଏଲିଅନଙ୍କ ସନ୍ଧାନ ମିଳିଯିବ । ଏକ ଉଚ୍ଚକ୍ଷମତା ସମ୍ପନ୍ନ ଟେଲିସ୍କୋପ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଟେଲିସ୍କୋପ ସାହାଯ୍ୟରେ ଅନ୍ୟ ଗ୍ରହରେ ଥିବା ଏଲିଅନଙ୍କୁ ପୃଥିବୀ ପୃଷ୍ଠରୁ ସ୍ପଷ୍ଟ ଭାବେ ଦେଖିହେବ ବୋଲି ସାଶା କହିଛନ୍ତି । ଆଗାମୀ ୨୫ବର୍ଷ ଭିତରେ ମଣିଷ ଓ ଏଲିଅନଙ୍କ ବନ୍ଧୁତା ହେବ ବୋଲି ସେ କହିଛନ୍ତି । ଗଲା ୧୧ବର୍ଷ ଧରି ଗବେଷଣା କରୁଥିବା ସାଶାଙ୍କ ମତରେ ସେ ମଧ୍ୟ ଅନେକ ଥର ୟୁଏଫଓ ଦେଖିବା ସହ ଆମାଜନ୍ ଅବବାହିକାରେ ଥିବା ଜଙ୍ଗଲରେ ବିରାଟକାୟ ପ୍ରାଣୀର ପାଦଚିହ୍ନକୁ ପରୀକ୍ଷା କରିଛନ୍ତି ।