ଓବାମାଙ୍କ ବିରୋଧରେ ମାନହାନି ମୋକଦ୍ଧମା, ଜାଣନ୍ତୁ କାହିଁକି
ଓବାମାଙ୍କ ବିରୋଧରେ ମାନହାନି ମୋକଦ୍ଧମା, ଜାଣନ୍ତୁ କାହିଁକି
admin
Nov 19, 2020 - 14:22
Updated: Nov 19, 2020 - 14:22
ପ୍ରତାପଗଡ : ଉତ୍ତର ପ୍ରଦେଶର ଜନୈକ ଓକିଲ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମାଙ୍କ ବିରୋଧରେ ମାନହାନି ମୋକଦ୍ଧମା ଦାୟର କରିଛନ୍ତି । ଅଲଇଣ୍ଡିଆ ରୁରାଲ ବାର ଆସୋସିଏସନ ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲାଙ୍କ ପକ୍ଷରୁ ଏହି ମାନହାନି ମୋକଦ୍ଧମା ଦାୟର କରାଯାଇଛି । ରାହୁଲ ଗାନ୍ଧୀଙ୍କୁ ନକରାତ୍ମକ ଢଙ୍ଗରେ ଦେଖାଇବାର ଚେଷ୍ଟା କରାଯାଇଛି ବୋଲି ଏହି ମୋକଦ୍ଧମାରେ ଅଭିଯୋଗ କରାଯାଇଛି । ନିକଟରେ ଓବାମାଙ୍କ ଲିଖିତ ଆତ୍ମକଥା ଦ ପ୍ରମିଜଡ ଲ୍ୟାଣ୍ଡରେ ରାହୁଲ ଗାନ୍ଧୀଙ୍କୁ ଓବାମା ଦକ୍ଷତା ବିହୀନ ଛାତ୍ର ଭାବରେ ତୁଳନା କରିଥିଲେ । ଏହା ସହିତ ଏକ ଏଫଆଇଆର ମଧ୍ୟ ଦାୟର କରାଯାଇଛି ।
ଏହା ସହିତ କଂଗ୍ରେସ , ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କୁ ନକରାତ୍ମକ ଢଙ୍ଗରେ ଦେଖାଇବାକୁ ଚେଷ୍ଟା କରାଯାଇଥିଲା । ଓବାମାଙ୍କ ମନ୍ତବ୍ୟ ଦ୍ୱାରା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭାବନା ଆଘାତ ପାଇଛି ବୋଲି ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଶୁକ୍ଲା । ଆସନ୍ତା ଡିସେମ୍ବର ୧ ତାରିଖରେ ଏହି ମାମଲାରୁ ଶୁଣାଣି କରାଯିବ ।
ଦ ପ୍ରମିଜଡ ଲ୍ୟାଣ୍ଡରେ ଓବାମା ରାହୁଲ ଗାନ୍ଧୀଙ୍କୁ ଜଣେ ଡରୁଆ ଛାତ୍ର ଯିଏକି ସମସ୍ତଙ୍କୁ ପ୍ରଭାବିତ କରିବାର ପ୍ରୟାସ କରିଥାଏ ବୋଲି କହିଥିଲେ । ସେହିପରି ମନମୋହନ ସିଂଙ୍କୁ ଜଣେ ଅସାଧାରଣ ପ୍ରତିଭା ଭାବରେ ଅଭିହିତ କରିଥିଲେ ଓବାମା । ତେବେ ନିଜର ପ୍ରଧାନମନ୍ତ୍ରୀତ୍ୱ ସେ ସୋନିଆ ଗାନ୍ଧୀଙ୍କୁ ଉତ୍ସର୍ଗ କରିଥିଲେ ବୋଲି ପୁସ୍ତକରେ ଲେଖିଛନ୍ତି ଓବାମା ।
ଓବାମାଙ୍କ ଏହି ପୁସ୍ତକକୁ କଂଗ୍ରେସ ମୁଖପାତ୍ର ଉଦିତ ରାଜ ସମାଲୋଚନା କରିଛନ୍ତି । ଜଣଙ୍କ ବ୍ୟକ୍ତିତ୍ୱ ଜାଣିବା ପାଇଁ ପୁରା ଜୀବନ ମଧ୍ୟ କମ ପଡିଥାଏ । ତେବେ ମାତ୍ର ୫-୧୦ ମିନିଟରେ ଓବାମା କିପରି ମତାମତ ଦେଲେ ତାହା ହାସ୍ୟାସ୍ପଦ ବୋଲି ଉଦିତ ରାଜ କହିଛନ୍ତି ।