ଓଡ଼ିଶାରେ ଜୁନ୍‌ ମାସରେ ହୋଇପାରେ ଅଧିକ ବର୍ଷା!

ଓଡ଼ିଶାରେ ଜୁନ୍‌ ମାସରେ ହୋଇପାରେ ଅଧିକ ବର୍ଷା!

ଓଡ଼ିଶାରେ ଜୁନ୍‌ ମାସରେ ହୋଇପାରେ ଅଧିକ ବର୍ଷା!

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏସନ ରାଜ୍ୟରେ ମିଶ୍ରିତ ବର୍ଷା ଆଣିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି। ବିଶେଷ କରି ଜୁନରୁ ସେପ୍ଟେମ୍ବର ମଧ୍ୟରେ କିଛି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଅଞ୍ଚଳରେ କମ୍ ଏବଂ କେତେକ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ।

ମୌସୁମୀ ଆଭ୍ୟନ୍ତରୀଣ କ୍ଷେତ୍ର(କୋରଜୋନ୍) ମଧ୍ୟରେ କେନ୍ଦ୍ରୀୟ ଭାରତର ଅଞ୍ଚଳ ଗୁଡିକ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ରହିଛି। ମୌସୁମୀ କୋରଜୋନ ଏବଂ କେନ୍ଦ୍ରୀୟ ଭାରତରେ ସ୍ବାଭାବିକ ଓ ସ୍ବାଭାବିକରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ମିଶ୍ରିତ ବର୍ଷା ହୋଇପାରେ। ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ସମଗ୍ର ଦେଶରେ ମୌସୁମୀ ବାୟୁ ସ୍ବାଭାବିକ ବର୍ଷିବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୧୦୩ ପ୍ରତିଶତ ଲଙ୍ଗ୍ ପରିୟଡ ଆଭେରେଜ(ଏଲପିଏ) ବର୍ଷା ହେବ। ଯାହା ସ୍ବାଭାବିକରୁ ସାମାନ୍ୟ ଅଧିକ ହୋଇପାରେ। ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ବର୍ଷା ସ୍ୱାଭାବିକ ଓ ସ୍ୱାଭାବିକରୁ ଅଧିକ ହୋଇପାରେ। ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ତିନିଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁଛି। ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ପୂର୍ବାନୁମାନ ଅନୁଯାୟୀ, ମୌସୁମୀର ଗତି ସାମାନ୍ୟ ଧିମା ରହିଛି। ମହାରାଷ୍ଟ୍ରରେ ଏବର୍ଷ ବିଳମ୍ବରେ ଛୁଇଁପାରେ। ପରେ ଓଡ଼ିଶା, ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଜୁନ ୧୫ ପରେ ମୌସୁମୀ ପହଞ୍ଚିପାରେ ବୋଲି ସ୍କାଏମେଟ ଆକଳନ କରିଛି। କେରଳରେ ମେ ୨୯ରେ ମୌସୁମୀ ଛୁଇଁଥିଲେ ମଧ୍ୟ ଆଶାନୁରୂପ ବର୍ଷା ହେଉନାହିଁ। କିଛି ଅଞ୍ଚଳରେ କମ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ଆଦୌ ବର୍ଷା ହୋଇନାହିଁ।