କଂଗ୍ରେସ ପରେ ବିଜେପି ରିସୋର୍ଟ ମୁହାଁ

କଂଗ୍ରେସ ପରେ ବିଜେପି ରିସୋର୍ଟ ମୁହାଁ

କଂଗ୍ରେସ ପରେ ବିଜେପି ରିସୋର୍ଟ ମୁହାଁ

ଜୟପୁର: କଂଗ୍ରେସ ପରେ ବିଜେପିକୁ ଘାରିଲାଣି ଘୋଡ଼ା ବେପାର ଆଶଙ୍କା । ସେଥିପାଇଁ ରାଜ୍ୟସଭା ନିର୍ବାଚନକୁ ମୁଣ୍ଡରେ ରଖି ବିଜେପି ମଧ୍ୟ ରାଜସ୍ଥାନରେ ଦଳୀୟ ବିଧାୟକଙ୍କୁ ରିସୋର୍ଟ ପଠାଇବାକୁ ଯାଉଛି । କର୍ମଶାଳା ନାଁରେ ବିଧାୟକମାନଙ୍କୁ ବିଜେପି ଏକ ରିସୋର୍ଟରେ ଏକାଠି ହେବାକୁ କହିଛି । ନିର୍ବାଚନ ପର୍ଯ୍ୟନ୍ତ ବିଜେପି ବିଧାୟକମାନେ ସେଠାରେ ରହିବେ । ପୂର୍ବରୁ ରାଜସ୍ଥାନର କଂଗ୍ରେସ ବିଧାୟକମାନେ ରାଜସ୍ଥାନ ଛାଡ଼ି ଆସି ଛତିଶଗଡ଼ର ଏକ ରିସୋର୍ଟରେ ଡେରା ପକାଇଛନ୍ତି । 

  ରାଜସ୍ଥାନରେ କଂଗ୍ରେସ ୩ଟି ଓ ବିଜେପିର ଜଣେ ରାଜ୍ୟସଭା ପ୍ରାର୍ଥୀ ଆରାମରେ ଜିତିବା କଥା । ମାତ୍ର ଜଣେ ନିର୍ଦ୍ଧଳୀୟ ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରିବା ପରେ କଂଗ୍ରେସକୁ କ୍ରସ ଭୋଟିଂ ଡର ବଢ଼ିଛି । ସେଥିପାଇଁ କଂଗ୍ରେସର ୩ ନମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନେଇ ଅନିଶ୍ଚିତତା ରହିଛି । କଂଗ୍ରେସ ଅଭିଯୋଗ କରୁଛି, ବିଜେପି ଟଙ୍କା ବଳରେ କଂଗ୍ରେସ ବିଧାୟକ ଓ ସହଯୋଗୀ ବିଧାୟକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଅପରପକ୍ଷରେ ବିଜେପି ବି ସମାନ ଅଭିଯୋଗ ଆଣୁଛି । ଏମିତିକି କଂଗ୍ରେସ ମଧ୍ୟ ବିଜେପିର ସବୁ ଆଶାକୁ ଧୂଳିସାତ କରିବାକୁ ବି ଲାଗିଛି । ଏମିତିରେ ଉଭୟ ଦଳ ହାତେ ମାପି ଚାଖଣ୍ଡେ ବାଟ ଚାଲୁଛନ୍ତି । ଉଭୟ ଦଳର କେନ୍ଦ୍ରୀୟ ନେତା ସ୍ଥିତି ଉପରେ ନଜର ରଖିଛନ୍ତି ।