ରାଜସ୍ଥାନରେ ବିଜେପିରୁ କ୍ରସ ଭୋଟିଂ

ରାଜସ୍ଥାନରେ ବିଜେପିରୁ କ୍ରସ ଭୋଟିଂ

ରାଜସ୍ଥାନରେ ବିଜେପିରୁ କ୍ରସ ଭୋଟିଂ

ଜୟପୁର: ହରିୟାଣାରେ କଂଗ୍ରେସକୁ ଝଟକା ଦେଇଥିବା ବିଜେପିକୁ ରାଜସ୍ଥାନରେ ଝଟକା ଖାଇବାକୁ ପଡ଼ିଛି । ଚତୁର ଅଶୋକ ଗେହଲଟଙ୍କ ଯାଦୁ ଆଗରେ ମାଟି କାମୁଡ଼ିଲା ବିଜେପି । ଅନ୍ୟ ଦଳରୁ କ୍ରସ ଭୋଟିଂ କରାଇବାରେ ମାହିର ବିଜେପି ଏଥର ନିଜେ କ୍ରସ ଭୋଟିଂ ଶିକାର ହୋଇଛି । କଂଗ୍ରେସ ରାଜସ୍ଥାନରେ ୩ଟି ଆସନ ଜିତିଥିବାବେଳେ ବିଜେପିର ଦ୍ୱିତୀୟ ଆସନ ଜିତିବା ସ୍ୱପ୍ନକୁ ଭାଙ୍ଗି ଦେଇଛି । କଂଗ୍ରେସର ରଣଦୀପ ସୁର୍ଯେ୍ୟୱାଲା, ମୁକୁଲ ୱାସନିକ, ପ୍ରମୋଦ ତିୱାରୀ ଜିତିଛନ୍ତି । ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ନିର୍ଦ୍ଧଳୀୟ ସୁଭାଷ ଚନ୍ଦ୍ରାଙ୍କୁ ବିଜେପିର ସମର୍ଥନ ଫଳପ୍ରଦ ହେଲାନି । ଅପରପକ୍ଷରେ ବିଜେପିର ଜଣେ ବିଧାୟକ କଂଗ୍ରେସ ସପକ୍ଷରେ ଭୋଟ ଦେଇଛନ୍ତି । ଏଥିପାଇଁ ବିଜେପି ସେଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବାକୁ କାରଣ ଦର୍ଶାଅ ନୋଟିସ କରିଛି । ଏ ବିଜୟରେ କଂଗ୍ରେସ ଖୁସ ହୋଇଛି । ଉଭୟ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଗେହଲତଙ୍କ ଭିତରେ ଚାଲିଥିବା ବିବାଦରୁ ବିାଜପି ଫାଇଦା ନେବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ ବିଜେପିକୁ ଭାଙ୍ଗିବାରେ ସକ୍ଷମ ହୋଇଛି ।