କଙ୍ଗନାଙ୍କ ଘର ଭଙ୍ଗାରେ ବିଏମସିର ଭୂମିକା ସନେ୍ଦହ ଜନକ : ଶରଦ ପୱାର

କଙ୍ଗନାଙ୍କ ଘର ଭଙ୍ଗାରେ ବିଏମସିର ଭୂମିକା ସନେ୍ଦହ ଜନକ : ଶରଦ ପୱାର

କଙ୍ଗନାଙ୍କ ଘର ଭଙ୍ଗାରେ ବିଏମସିର ଭୂମିକା ସନେ୍ଦହ ଜନକ : ଶରଦ ପୱାର
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣାରେ ବିଏମସିକୁ ଦୋଷ ଦେଇଛନ୍ତି ବରିଷ୍ଠ ଏନସିପି ନେତା ଶରଦ ପୱାର । ବିଏମସିର କାର୍ଯ୍ୟାନୁଷ୍ଠାନ ହୁଏତ ସଠିକ ହୋଇପାରେ ମାତ୍ର ଯେଉଁ ଭଳି ସମୟରେ ଉଚ୍ଛେଦ କାର୍ଯ୍ୟ କରାଗଲା ତାହା ବିଏମସିର କାର୍ଯ୍ୟଧାରା ପ୍ରତି ଆଙ୍ଗୁଳି ଉଠାଇଛି । ତେବେ କଙ୍ଗନାଙ୍କ ମତାମତ ଗମ୍ଭୀରତା ସହ ନେବା ଅନୁଚିତ ଯେଉଁ ଭୁଲକି ଦଳର କିଛି ନେତା କରି ସାରିଛନ୍ତି । ଏହି ଘଟଣା ପରେ ଦଳୀୟ ନେତାଙ୍କୁ ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ପୱାର । ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ ରାଉତଙ୍କ ଧମକ ପରେ ମୁମ୍ବାଇକୁ ପାକ ଅଧିକୃତ କାଶ୍ମୀର ସହିତ ତୁଳନା କରିଥିଲେ କଙ୍ଗନା । ଏହାକୁ ନେଇ ଉଭୟ କଙ୍ଗନା ଏବଂ ଅନ୍ୟ ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଥିଲା । ଏହାପରେ ୯ ତାରିଖରେ ମୁମ୍ବାଇ ଫେରିବା ନେଇ କଙ୍ଗନା ଟ୍ୱିଟ କରିବା ସହିତ ରାଉତଙ୍କୁ ଚ୍ୟାଲେଞ୍ଜ କରିଥିଲେ । ତେବେ ହିମାଚଳରୁ ବାହାରି ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟର ଉଚ୍ଛେଦ ହୋଇ ସାରିଥିଲା । ଏହାକୁ ନେଇ କଙ୍ଗନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉଚ୍ଛେଦ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ ।