ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ : କଙ୍ଗନା

ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ : କଙ୍ଗନା

ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ : କଙ୍ଗନା
ମୁମ୍ବାଇ : କାର୍ଯ୍ୟାଳୟକୁ ଭଙ୍ଗାଯିବା ପରେ ଉଦ୍ଧବ ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ଆଜି ଆପଣ ମୋ ଘର ଭାଙ୍ଗିଛନ୍ତି, ମାତ୍ର ମନେ ରଖନ୍ତୁ କାଲି ଆପଣଙ୍କ ଗର୍ବ ଭାଙ୍ଗିବ । କ୍ଷମତା ମୋହରେ ଅନ୍ଧ ହୋଇ ଆପଣ ଯେଉଁ ଅନ୍ୟାୟ କରିଛନ୍ତି ତାହାର ଫଳ ଆପଣଙ୍କୁ ଭୋଗିବାକୁ ପଡିବ ବୋଲି କଙ୍ଗନା କହିଛନ୍ତି । ତାଙ୍କ କୋଠାରେ କୌଣସି ଅବୈଧ ନିର୍ମାଣ ନଥିବା ନେଇ କହିବା ସହିତ ଉଦେ୍ଧଶ୍ୟମୂଳକ ଭାବରେ ଭଙ୍ଗାଯାଇଥିବା କଙ୍ଗନା କହିଛନ୍ତି । ଏହି ଘଟଣା ପରେ ମୁଁ କାଶ୍ମୀରୀ ପଣ୍ଡିତ ମାନଙ୍କ ଅବସ୍ଥା ବୁଝି ପାରୁଛି ତେଣୁ ବର୍ତ୍ତମାନ କେବଳ ଅଯୋଧ୍ୟା ନୁହେଁ କାଶ୍ମୀର ଉପରେ ମଧ୍ୟ ଏକ ଫିଲ୍ମ ତିଆରି କରିବା ନେଇ କଙ୍ଗନା ଘୋଷଣା କରିଛନ୍ତି । ତେବେ ଘଟଣାର ମୁଖ୍ୟ କାର୍ପଟଦାର ସଞ୍ଜୟ ରାଉତ ଏହି ଘଟଣାରୁ ନିଜକୁ ଦୂରେଇ ରଖିଛନ୍ତି । ମୁଁ କେବଳ ମୁମ୍ବାଇକୁ ପିଓକେ ସହିତ ତୁଳନା କରିବା ଘଟଣାକୁ ବିରୋଧ କରିଥିଲି ମାତ୍ର କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଉକ୍ତ ଘଟଣାକୁ ଭୁଲି ସାରିଛି ବୋଲି ମଧ୍ୟ ରାଉତ ମତ ଦେଇଥିଲେ । ବିଏମସିର କାର୍ଯ୍ୟ ପାଇଁ ମୁଁ ଦାୟୀ ନୁହେଁ ବୋଲି ରାଉତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନିନ୍ଦା କରିଛନ୍ତି ।