କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର : ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ନେଇ ତେଲ ଦର ପର୍ଯ୍ୟନ୍ତ ଅହେତୁକ ଭାବେ ବୃଦ୍ଧି ପାଇଛି । ସାଧାରଣ ଲୋକଙ୍କ ଉପରେ ମୋଦି ସରକାରଙ୍କ ମହଙ୍ଗା ମାଡ଼ ଦୁର୍ବିସହ ହୋଇପଡ଼ିଛି  । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆଜିଠାରୁ କଂଗ୍ରେସ ବିକ୍ଷୋଭ ଓ ଧାରଣା ଦେଇଛି  ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜୁଲାଇ ୭ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ୧୦ ଦିନିଆ ବିକ୍ଷୋଭ ଓ ଧାରଣା ଆରମ୍ଭ ହୋଇଛି  । ୪ଟି ପର୍ଯ୍ୟାୟରେ ଏହି ପ୍ରତିବାଦ ଜାରିରହିବ  । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଜିଲ୍ଲାର ବ୍ଲକ କଂଗ୍ରେସ କମିଟି ପକ୍ଷରୁୁ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି  । କଂଗ୍ରେସ କର୍ମୀମାନେ ପ୍ଲାକାଡର଼୍ ଓ ପୋଷ୍ଟର ଜରିଆରେ ମୋଦି ସରକାରଙ୍କ ବିରୋଧରେ ଜନମତ ଜାଗରଣ କରିଛନ୍ତି  । ବାଙ୍କୀ, ତିଗିରିଆ, ନରସିଂହପୁର, ସାଲେପୁର,  କଟକ, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଆଦି ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି  । ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ରଥ, ଉମା ବଲ୍ଲଭ ରଥ ପ୍ରମୁଖ ବିଭିନ୍ନ ବ୍ଲକରେ ବିକ୍ଷୋଭ ଓ ଧାରଣାର ନେତୃତ୍ୱ ନେଇଛନ୍ତି  ।

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତିଯେ, ମୋଦି ସରକାରଙ୍କ ମହଙ୍ଗା ମାଡ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି  । ଗୋଟିଏ ପଟେ କରୋନା ଯୋଗୁଁ ରୋଜଗାର ଯାଇଥିବାବେଳେ ଦରଦାମ ବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି  । ମୋଦି ସରକାର କର୍ପୋରେଟ ଓ ଧନୀ ବ୍ୟକ୍ତିଙ୍କ ଚୌକିଦାର ସାଜିଥିବାବେଳେ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି  । ସମାଜର ସବୁ ବର୍ଗର ବ୍ୟକ୍ତି ମୋଦି ସରକାରଙ୍କ ବିରୋଧରେ ବିକ୍ଷୋଭ ଓ ଧାରଣା କରିବାକୁ ଶ୍ରୀ ଚୌଧୁରୀ ଆହ୍ୱାନ ଦେଇଛନ୍ତି  ।

ସୂଚନାଯୋଗ୍ୟଯେ, ଜୁଲାଇ ୭ ତାରିଖ (ବୁଧବାର)ରେ ପ୍ରତିବ୍ଲକ ସାମ୍ନାରେ ମହଙ୍ଗାମାଡ ପ୍ରତିବାଦରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ । ଜୁଲାଇ ୯ ତାରିଖ (ଶୁକ୍ରବାର) ରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର ପ୍ରତିବାଦ ହେବ । ଜୁଲାଇ ୧୪ ତାରିଖ (ବୁଧବାର) ରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନେ୍ଦାଳନ ମଧ୍ୟ ଆୟୋଜିତ ହେବ  ।  ଯେଉଁଥିରେ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ । ସେହିପରି ଜୁଲାଇ ୧୫ ତାରିଖ (ଗୁରୁବାର) ଦିନ ମହଙ୍ଗା ମାଡର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ ନକିଣିବା ପାଇଁ ଓଡିଶାବାସୀଙ୍କୁ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି । ଜୁଲାଇ ୧୭ ତାରିଖ (ଶନିବାର) ଦିନ ସମସ୍ତ ପେଟ୍ରାଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।