କଣ୍ଢେଇ ମାନଙ୍କର ବି ଡାକ୍ତରଖାନା

କଣ୍ଢେଇ ମାନଙ୍କର ବି ଡାକ୍ତରଖାନା

କଣ୍ଢେଇ ମାନଙ୍କର ବି ଡାକ୍ତରଖାନା
ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କଣ୍ଢେଇ ନିର୍ଜୀବ ହୋଇ ବି ତା’ର ଡାକ୍ତରଖାନା ରହିଛି । ପୁଣି ସେମାନଙ୍କର ଚିକିତ୍ସା ବି ହେଉଛି ।ଏବେ ଅଷ୍ଟ୍ରେଲିଆର ଦକ୍ଷିଣ ସିଡନୀରେ ଏହି ଡାକ୍ତରଖାନା ରହିଛି । ମଣିଷ ପାଇଁ ଉଦ୍ଧିଷ୍ଟ ସାଧାରଣ ଡାକ୍ତରଖାନ ଭଳି ଏଠାରେ ମଧ୍ୟ କଣ୍ଢେଇଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ରହିଛି । ଡାକ୍ତରମାନେ ନିୟୋଜିତ ବି ଅଛନ୍ତି । ଭାଙ୍ଗିରୁଜି ଯାଇଥିବା କଣ୍ଢେଇକୁ ସଜାଡିବା କିମ୍ବା ପୁରୁଣା କଣ୍ଢେଇଗୁଡିକୁ ନୂଆ ରୂପ ଦେବା ଡାକ୍ତରମାନଙ୍କ ମୁଖ୍ୟ କାମ । କଣ୍ଢେଇଙ୍କ ଅଙ୍ଗ ପ୍ରତିରୋପଣ କିମ୍ବା ଜଟିଳ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ସର୍ଜରୀ କକ୍ଷ ରହିଛି । କଣ୍ଢେଇର ବିଭିନ୍ନ ଅଙ୍ଗ ଏଠାରେ ଉପଲବ୍ଧ । ଇଚ୍ଛା ଅନୁସାରେ ଜଣେ ନିଜ କଣ୍ଢେଇକୁ ନୂଆ ରୂପ ଦେବାରେ ସମସ୍ୟା ନାହିଁ । ଉଲ୍ଲେଖଯୋଗ୍ୟ, ହାରେଲଡ ଚେପମ୍ୟାନ କଣ୍ଢେଇ ଡାକ୍ତରଖାନାର ମାଲିକ ଏବଂ ୧୯୧୩ରେ ଏହାକୁ ସେ ନିର୍ମାଣ କରିଥିଲେ ।