କେମିତି ଖାଇବେ ଖାଦ୍ୟ?
ଭୁବନେଶ୍ୱର : ବିଶେଷଜ୍ଞଙ୍କ ମତରେ , ଖୀର ପିଇବା ପାଇଁ ସବୁଠୁ ଉତ୍ତମ ସମୟ ହେଉଛି ରାତିବେଳା । ସକାଳବେଳା ପିଇଲେ ତାହା ଅମ୍ଳ ରୋଗ କରିବା ଭୟ ଅଛି । ଜଳଖିଆରେ ଆପଣ ଚୁଡ଼ା, ଚିନି, କଦଳୀ ,ଖୀର ଖାଇପାରିବେ । ତାହା ଏକ ଭଲ ଖାଦ୍ୟ । ପେଟ ଥଣ୍ଡା ରଖିବା ସହ ଶରୀରକୁ ଶକ୍ତି ମିଳିଥାଏ ।
ଦିନବେଳା ଭାତ ଖାଆନ୍ତୁ । ରାତିବେଳା ଭାତ ଖାଇଲେ ତାହା ହଜମ ହୋଇପାରେନି । ଅଧିକ ପରିଶ୍ରମ କରୁଥିଲେ ମଧ୍ୟ ରାତିରେ ଭାତ ଖାଇବା ଅନୁଚିତ୍ । ସକାଳ ଜଳଖିଆ ଅବା ଦ୍ୱିପହର ଭୋଜନରେ ଦହି ଖାଇବା ଦେହ ପାଇଁ ଭଲ । ରାତିରେ ଦହି ଖାଇବା ଶରୀରରେ ବିଷ ପ୍ରକ୍ରିୟା ସୃଷ୍ଟି କରେ । ପେଟ ଖରାପ ମଧ୍ୟ ହୋଇଥାଏ । ଡ଼ାଲି ଜାତୀୟ ଖାଦ୍ୟକୁ ରାତିବେଳା ଖାଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।




admin 