କରୋନା ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ଭୁବନେଶ୍ବର : କରୋନା ଟିକା ନେଲେ ବିଏମ୍‌ସି କମିଶନର। ପ୍ରମୁଖ ଯୋଦ୍ଧା ଭାବେ ଆଜି କରୋନା ଟିକାକରଣରେ ସାମିଲ ହେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କ୍ୟାପିଟାଲ ହସ୍ପିଟାଲରେ ବିଏମ୍‌ସି କମିଶନର ଆଜି ଟିକା ନେଇଛନ୍ତି । ଅନ୍ୟପକ୍ଷରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆଶଙ୍କାରେ ଭୁବନେଶ୍ବର ବିମାନବନ୍ଦରରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ ସେଣ୍ଟର କରାଯାଇଛି । ଏଠାରେ ଯାତ୍ରୀଙ୍କର ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ। ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ଟେଷ୍ଟିଂ ବାଧ୍ୟତାମୂଳକ କରାଯିବ । ଏନଫୋର୍ସମେଣ୍ଟ କାର୍ୟ୍ୟକ୍ରମକୁ ବୃଦ୍ଧି କରାଯାଇଛି । ଆଜିଠାରୁ ପୂର୍ବଭଳି ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ, ଆରମ୍ଭ ହୋଇଛି । ତେବେ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରହିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି ।