କରୋନା ଟୀକା ସଫଳ ନେଇ ଦାବି କଲେ ଇଟାଲୀ ବୈଜ୍ଞାନିକ

କରୋନା ଟୀକା ସଫଳ ନେଇ ଦାବି କଲେ ଇଟାଲୀ ବୈଜ୍ଞାନିକ

କରୋନା ଟୀକା ସଫଳ ନେଇ ଦାବି କଲେ ଇଟାଲୀ ବୈଜ୍ଞାନିକ
ସାରା ବିଶ୍ବରେ ଏବେ ଦ୍ରୁତ ଗତିରେ କରୋନା ବିସ୍ତାର କରିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଯେମିତି ବଢୁଛି ମୃତକଙ୍କ ସଂଖ୍ୟା ମଧ୍ୟ ସେହିପରି ବଢି ବଢି ଚାଲିଛି । ଏମିତିରେ ବିଭିନ୍ନ ଦେଶର ବୈଜ୍ଞାନିକମାନେ କରୋନା ଭାଇରସ୍ ଟୀକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଏହି ସମୟରେ ରୋମର ସଂକ୍ରାମକ ରୋଗ ସ୍ପାଲାନଜାନି ହସ୍ପିଟାଲରେ କରାଯାଇଥିବା ପରୀକ୍ଷଣ ଅନୁଯାୟୀ, ଇଟାଲୀର କରୋନା ଭାଇରସ୍ ଟୀକା ମୂଷାମାନଙ୍କଠାରେ ଆଣ୍ଟିବଡି ସୃଷ୍ଟି କରୁଛି ଯାହା ମନୁଷ୍ୟ କୋଷରେ କାମ କରୁଛି । ଔଷଧ ବିକଶିତ କରୁଥିବା ଫାର୍ମ ଟାକିସର ସିଇଓ ଲୁଇଗି ଆରିସିଚିଓ କହିଛନ୍ତି ଯେ, କରୋନା ଭାଇରସ୍ ରୋଗ (କୋଭିଡ୍-୧୯) କ୍ୟାଣ୍ଡିଡେଟ୍ ଟୀକା ପ୍ରଥମ ଥର ପାଇଁ ମନୁଷ୍ୟ କୋଷରେ ଭାଇରସକୁ ନିଷ୍କ୍ରିୟ କରୁଛି । ଇଟାଲୀରେ ସୃଷ୍ଟି ହୋଇଥିବା କ୍ୟାଣ୍ଡିଡେଟ୍ ଟୀକା ପରୀକ୍ଷା ପାଇଁ ଏହା ହେଉଛି ସବୁଠାରୁ ଉନ୍ନତ ପର୍ଯ୍ୟାୟ ବୋଲି ଆରିସିଚିଓ ଇଟାଲୀର ନ୍ୟୁଜ୍ ଏଜେନ୍ସୀ ANSAକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ଋତୁ ପରେ ଏହାର ହ୍ବୁମାନ ଟ୍ରାଏଲ ପାଇଁ ଆଶା କରାଯାଉଛି । ସ୍ପାଲାନଜାନି ହସ୍ପିଟାଲ କହିଛି ଯେ, ଆମେ ହେଉଛୁ ବିଶ୍ବର ପ୍ରଥମ ଯିଏକି ଗୋଟିଏ ଟୀକା ଦ୍ବାରା କରୋନା ଭାଇରସର ନିଷ୍ପ୍ରଭାବିକରଣର ପ୍ରଦର୍ଶନ କରିଛନ୍ତି । ଆମେ ମନୁଷ୍ୟମାନଙ୍କଠାରେ ମଧ୍ୟ ଏହା ଘଟିବ ବୋଲି ଆଶା କରୁଛୁ । ଅନ୍ୟପଟେ ଏଭଳି ସଙ୍କଟ ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ସୋମବାର ଦାବି କରିଥିଲେ ଯେ, ଦେଶର ବୈଜ୍ଞାନିକ ଏହି ମହାମାରୀର ଟୀକା ବାହାର କରି ଦେଇଛନ୍ତି । ଇସ୍ରାଏଲର ଯେଉଁ ଅତ୍ୟାଧୁନିକ ପ୍ରତିରକ୍ଷା ଜୈବିକ ସଂସ୍ଥା କରୋନା ଭାଇରସ୍‌ ଟୀକା ବାହାର କରିଛି ।