ପୃଥିବୀ ପୃଷ୍ଠ ନୁହେଁ ଜହ୍ନ ରାଇଜରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ

ପୃଥିବୀ ପୃଷ୍ଠ ନୁହେଁ ଜହ୍ନ ରାଇଜରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ

ପୃଥିବୀ ପୃଷ୍ଠ ନୁହେଁ ଜହ୍ନ ରାଇଜରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ
କେନ୍ଦ୍ରାପଡ଼ା: ପୃଥିବୀ ପୃଷ୍ଠ ନୁହେଁ ଜହ୍ନ ରାଇଜରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ । ନିଜ ଝିଅକୁ ଜନ୍ମଦିନର ଉପହାର ଦେବା ପାଇଁ ଜହ୍ନରେ ଜାଗା କିଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ବ୍ଲକ କୁପୁଣି ଗାଁର ଅଭୟ କୁମାର ସେନାପତି । ବେଙ୍ଗାଲୁରୁରେ ରହୁଥିବା ଅଭୟ ଚନ୍ଦ୍ରରେ ଏକ ଏକର ଜମି କିଣିଥିବା ଦାବି କରିଛନ୍ତି । ନୁ୍ୟୟର୍କସ୍ଥିତ ଲୁନାର ସୋସାଇଟି ଇଣ୍ଟରନାସନାଲ ତାଙ୍କୁ ଏହି ଜମି ଯୋଗାଇ ଦେଇଛି । ମାର୍ଚ୍ଚ ମାସ ୬ ତାରିଖରେ ଅଭୟଙ୍କୁ ଜମିର ସମସ୍ତ କାଗଜପତ୍ର ମିଳିସାରିଛି । ତେବେ ଅଭୟଙ୍କର ଏହି ଜମି ଲୁନାର ରିପବ୍ଲିକଠାରୁ ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି । ଅଭୟ ୨୦୦୫ ମସିହାରୁ ବେଙ୍ଗାଲୁରୁରେ ରହି ଏକ କମ୍ପାନୀରେ କାମ କରୁଛନ୍ତି । ଗତ ଜାନୁଆରୀ ୧୫ ତାରିଖରେ ଅଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା । ଝିଅକୁ ଏକ ଉପହାର ଦେବା ପାଇଁ ସେ ଚିନ୍ତା କରିଥିଲେ । ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀର ଜଣେ ସହଯୋଗୀ ଅଭୟଙ୍କୁ ଜହ୍ନରେ ଜମି କିଣିବାକୁ ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଜମି ଯୋଗାଇ ଦେଉଥିବା ନୁ୍ୟୟର୍କସ୍ଥିତ କମ୍ପାନୀ ସହିତ ଯୋଗାଯୋଗ ମଧ୍ୟ କରାଇ ଦେଇଥିଲେ । ମାର୍ଚ୍ଚ ୬ରେ ଜହ୍ନରେ ନିଜ ନାମରେ ଜମି ରେଜେଷ୍ଟି୍ର ହୋଇଥିବା ସମସ୍ତ କାଗଜପତ୍ର ଅଭୟଙ୍କ ପାଖରେ ମହଜୁଦ ଅଛି । ଜହ୍ନରେ ଏକ ଏକର ଜମି ପାଇଁ ଅଭୟ ୧୦ ହଜାର ଟଙ୍କା ଦେଇଛନ୍ତି । ସମସ୍ତ କାଗଜପତ୍ର ସହିତ କମ୍ପାନୀ ଅଭୟଙ୍କୁ ତାଙ୍କ ଜମିର ଡିଜିଟାଲ ଫଟୋକପି ଯୋଗାଇ ଦେଇଥିବା ଜଣାପଡ଼ିଛି ।