କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୫୯୯ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୫୯୯ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୬୫୯୯ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୬୫୯୯ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୬୫୯୯ ମଧ୍ୟରୁ କ୍ୱାରେଂଟିନରୁ ୩୮୨୭, ଲୋକାଲ କେସରୁ ୨୭୭୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୯୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୪୩୪, କଳାହାଣ୍ଡି-୫୧୮ , କଟକ-୪୮୮, ନୂଆପଡା -୫୫୧, ସମ୍ବଲପୁର-୨୨୬, ଝାରସୁଗୁଡା-୪୩୬ , ପୁରୀ-୧୪୫, ବରଗଡ-୨୦୩, ନବରଙ୍ଗପୁର-୨୨୧, ବାଲେଶ୍ୱର-୧୩୭ , ସୁବର୍ଣ୍ଣପୁର-୧୨୯ , ବଲାଙ୍ଗିର-୯୮ , ଷ୍ଟେଟପୁଲ-୨୦୧, ଗଞ୍ଜାମ-୩୨୩, ମୟୂରଭଞ୍ଜ-୧୮୦, କେନ୍ଦୁଝର-୧୬୬, କୋରାପୁଟ-୬୯, ଭଦ୍ରକ-୮୭, ଯାଜପୁର-୨୩୭, ନୟାଗଡ-୯୧ , ରାୟଗଡା-୧୧୭, ଅନୁଗୁଳ-୧୮୭, ଜଗତସିଂହପୁର-୯୩, ଗଜପତି-୮୧, କେନ୍ଦ୍ରାପଡା-୩୮, ଦେବଗଡ-୩୮, କନ୍ଧମାଳ-୩୫, ମାଲକାନଗିରି-୨୨ , ବୌଦ୍ଧ-୭୦ ଓ ଢେଙ୍କାନାଳ-୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୯ ହଜାର ୦୭୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୬୨ ହଜାର ୯୩୧ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।