କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୭୬୧ ନୂଆ କରୋନା ପଜିଟିଭ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪୭୬୧ ନୂଆ କରୋନା ପଜିଟିଭ ଚିହ୍ନଟ
admin
Apr 20, 2021 - 04:10
Updated: Apr 20, 2021 - 04:10
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୪୭୬୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୪୭୬୧ ମଧ୍ୟରୁ କ୍ୱାରେଂଟିନରୁ ୨୭୮୫, ଲୋକାଲ କେସରୁ ୧୯୭୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୮୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୬୭୩, କଳାହାଣ୍ଡି-୧୬୭ , କଟକ-୧୭୬, ନୂଆପଡା -୫୩୪, ସମ୍ବଲପୁର-୧୮୩, ଝାରସୁଗୁଡା-୨୩୪ , ପୁରୀ-୧୯୩, ବରଗଡ-୧୯୮ ବାଲେଶ୍ୱର-୮୪ , ବଲାଙ୍ଗିର-୩୨୨ , ନବରଙ୍ଗପୁର-୧୫୪ , ଷ୍ଟେଟପୁଲ-୧୬୦, ଗଞ୍ଜାମ-୪୯, ମୟୂରଭଞ୍ଜ-୮୬, କେନ୍ଦୁଝର-୧୦୩, ଅନୁଗୁଳ-୮୧, ଯାଜପୁର-୮୬, ଜଗତସିଂହପୁର-୨୨, ଗଜପତି-୩୧, ରାୟଗଡା-୬୦, କେନ୍ଦ୍ରାପଡା-୫୦, ଭଦ୍ରକ-୬୩, ଦେବଗଡ-୩୧, କନ୍ଧମାଳ-୨୫, ନୟାଗଡ-୬୩, ମାଲକାନଗିରି-୬ , ସୁବର୍ଣ୍ଣପୁର-୪୭, ଢେଙ୍କାନାଳ-୬, ବୌଦ୍ଧ-୨୩ ଓ କୋରାପୁଟ-୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୨୭ ହଜାର ୮୨୧ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୪୭ ହଜାର ୬୩୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।