କରୋନା ମୁକାବିଲା ଓ କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ
କରୋନା ମୁକାବିଲା ଓ କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ
admin
May 3, 2021 - 06:05
Updated: May 3, 2021 - 06:05
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କରୋନା ମୁକାବିଲା ଓ କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ ହୋଇଛନ୍ତି । ଏସସିବି ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣଙ୍କୁ ୧୦୪ କଲ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ. ଅରୁନ୍ଧତୀ ଆଚାର୍ଯ୍ୟ, ଡ. ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ଡ. ସୌରଭ ଆଚାର୍ଯ୍ୟ, ଡ. ସୁମନ ସ୍ମିଥ ଅଧିକାରୀ, ଡ. ତପନ ଅଗ୍ରୱାଲ, ଡ. ଅନମୋଲ ଅଗ୍ରୱାଲ ନିୟୋଜିତ ହୋଇଛନ୍ତି । ଏହି ଡାକ୍ତରମାନେ ଭୁବନେଶ୍ୱର ଇଡକୋ ଟାୱାର କଲ ସେଣ୍ଟରରେ କାର୍ଯ୍ୟ କରିବେ । ୧୦୪ କଲ ସେଣ୍ଟରରେ ପରାମର୍ଶଦାତା ଭାବେ କାମ କରିବେ ଏହି ୬ ଡାକ୍ତର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।