କରୋନା ରୋଗୀଙ୍କୁ ପଶୁଠାରୁ ହୀନ ବ୍ୟବହାର: ସୁପ୍ରିମକୋର୍ଟ

କରୋନା ରୋଗୀଙ୍କୁ ପଶୁଠାରୁ ହୀନ ବ୍ୟବହାର: ସୁପ୍ରିମକୋର୍ଟ

କରୋନା ରୋଗୀଙ୍କୁ ପଶୁଠାରୁ ହୀନ ବ୍ୟବହାର: ସୁପ୍ରିମକୋର୍ଟ
କରୋନାକୁ ନେଇ ଦେଶରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଦିଲ୍ଲୀରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ଓ କରୁଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀରେ କରୋନା ରୋଗୀଙ୍କୁ ଚିକିତ୍ସା ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏଥିସହ ଦିଲ୍ଲୀ ସରକାରଙ୍କ ପ୍ରତି ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ କରୋନା ରୋଗୀଙ୍କୁ ପଶୁଠାରୁ ହୀନ ବ୍ୟବହାର କରାଯାଉଛି । ଏମିତିକି ଅଳିଆ ଗଦାରୁ ମଧ୍ୟ ଏକ ମୃତଦେହ ମିଳିଛି । ରୋଗୀ ମରୁଛନ୍ତି, ତାଙ୍କୁ ଦେଖିବାକୁ ମଧ୍ୟ କେହି ନାହିଁ । ରୋଗୀ ମରିଗଲେ ବି ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଉନାହିଁ । ଏମିତିକି ଶେଷକୃତ୍ୟରେ ମଧ୍ୟ ପରିବାର ଲୋକଙ୍କୁ ସାମିଲ କରାଯାଉନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କରୋନା ଟେଷ୍ଟିଂ କାହିଁକି କମିଛି ବୋଲି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି । ମୁମ୍ବାଇ, ଚେନ୍ନାଇରେ ଟେଷ୍ଟିଂ ବଢିଥିଲେ ବି ଦିଲ୍ଲୀରେ କାହିଁକି କମିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।