କରୋନା ସମ୍ପର୍କରେ ଆଗୁଆ ସୂଚନା ଦେବ ମୁଦି

କରୋନା ସମ୍ପର୍କରେ ଆଗୁଆ ସୂଚନା ଦେବ ମୁଦି

କରୋନା ସମ୍ପର୍କରେ ଆଗୁଆ ସୂଚନା ଦେବ ମୁଦି
ଉତ୍ତରପ୍ରଦେଶର କାନପୁରର କମ୍ପ୍ୟୁଟର ସାଇନ୍ସ ଛାତ୍ର ତୁଷାର ଏବେ ଏକ ସ୍ୱତନ୍ତ୍ର ମୁଦି ପ୍ରସ୍ତୁତ କରିଛନ୍ତି । ଏହି ମୁଦି କରୋନା ଭାଇରସ ଲକ୍ଷଣ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ । ଏହା ଦ୍ୱାରା କ୍ୱାରେଣ୍ଟାଇନରେ ରହୁଥିବା ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଡାକ୍ତରମାନେ ପାଇପାରିବେ । ଫଳରେ ସେମାନଙ୍କ ଚିକିତ୍ସା ସହଜରେ ହୋଇପାରିବ । ମୁଦିର ପେଟେଣ୍ଟ ପାଇଁ ସେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ ସମ୍ପର୍କ କରୁଛନ୍ତି । ତୁଷାର କହନ୍ତି, ଗତ ୫ ମାସ ହେଲା କରୋନା ଭାଇରସର ପ୍ରକୋପ ବଢ଼ିଚାଲିଛି । ଏଥିରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ବହୁ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏପରି ସ୍ଥଳେ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସେ ମୁଦି ପ୍ରସ୍ତୁତ କରିଛନ୍ତି । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ମାଧ୍ୟମରେ କାମ କରୁଥିବା ସେନ୍ସର ଲାଗିଛି । ଯାହାକୁ ଇଣ୍ଟରନେଟ ମାଧ୍ୟମରେ ଯେକୌଣସି ସ୍ଥାନରେ ସଂଯୋଗ କରାଯାଇପାରିବ । ମୁଦି ପିନ୍ଧିଥିବା ଲୋକଙ୍କୁ ଯଦି ଜ୍ୱର, କାଶ, ଶ୍ୱାସକ୍ରିୟାରେ ସମସ୍ୟା ହୁଏ, ତେବେ ଏହା କଣ୍ଟ୍ରୋଲ ରୁମକୁ ରିପୋର୍ଟ ପଠାଇବେ । ଏହି ମୁଦି ପିନ୍ଧିଥିବା ବ୍ୟକ୍ତିଙ୍କର ଅବସ୍ଥିତି ଅର୍ଥାତ ସେ କେଉଁ ସ୍ଥାନରେ ଅଛନ୍ତି, କ୍ୱାରେଣ୍ଟାଇନ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିବ । ସେହିପରି ବ୍ୟକ୍ତି ଯଦି ମୁଦିକୁ ଓହ୍ଲାଇ ଦିଅନ୍ତି, ତା ହେଲେ ୫ ସେକେଣ୍ଡ ମଧ୍ୟରେ ସେ ସମ୍ପର୍କରେ କଣ୍ଟ୍ରୋଲ ରୁମ୍ ତଥ୍ୟ ପାଇଯିବ । ସ୍ୱାସ୍ଥ୍ୟ ବିଭାଗ ଯଦି ଏହାକୁ ଅନୁମୋଦନ କଲେ, ତେବେ କରୋନା ଲଢ଼େଇରେ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ତୁଷାର ଆଶାବାଦୀ ।