କରୋନାକୁ ହରାଇଲେଣି ୧୦ ଲକ୍ଷ
କରୋନାକୁ ହରାଇଲେଣି ୧୦ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୂରା ଥମୁନି । ଏବେ ବି ଶହଶହ କରୋନା ଆକ୍ରାନ୍ତ ବାହାରୁଛନ୍ତି ରାଜ୍ୟରୁ । ଗତ ୨୪ ଘଣ୍ଟା ଭିତରେ ୬୩୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୦-୧୮ ବର୍ଷ ବୟସ ଭିତରେ ୧୧୬ଜଣ ଅଛନ୍ତି । ବଡ଼ କଥା ହେଲା, ରାଜ୍ୟରେ ଏବେ ସୁଦ୍ଧା ୧୦ ଲକ୍ଷ ସଂକ୍ରମିତ କରୋନାକୁ ହରାଇସାରିଲେଣି । ଆଜି ଏ ନେଇ ଟ୍ୱିଟ୍ କରି ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୨୧ ଜଣ, କଟକରୁ ୧୧୮ ଜଣ, ଯାଜପୁରରୁ ୩୨ ଜଣ, ବାଲେଶ୍ବରରୁ ୨୩ ଜଣ, ସୁନ୍ଦରଗଡ଼ରୁ ୨୨ ଜଣ, ମୟୂରଭଞ୍ଜରୁ ୨୦ ଜଣ, ନୟାଗଡ଼ରୁ ୧୭ ଜଣ, ପୁରୀରୁ ୧୬ ଜଣ, ସମ୍ବଲପୁରରୁ ୧୩ ଜଣ,ଢ଼େଙ୍କାନାଳରୁ ୧୨ ଜଣ, ଜଗତସିଂହପୁରରୁ ୧୧ ଜଣ, ଭଦ୍ରକରୁ ୧୦ ଜଣ, କୋରାପୁଟରୁ ୯ ଜଣ, କେନ୍ଦ୍ରପଡ଼ାରୁ ୮ ଜଣ, ରାୟଗଡ଼ାରୁ ୭ ଜଣ, ଅନୁଗୁଳରୁ ୫ ଜଣ, ବରଗଡ଼,ଦେବଗଡ଼, କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ,ଝାରସୁଗୁଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୧୫ ହଜାର ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୦୨୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦ ଲକ୍ଷ ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।