କାକଟପୁର ଓ ନିମାପଡ଼ା ବୁଥ୍ କୁ ଗଲେ ପୁଲିଂ ପାର୍ଟି

କାକଟପୁର ଓ ନିମାପଡ଼ା ବୁଥ୍ କୁ ଗଲେ ପୁଲିଂ ପାର୍ଟି

କାକଟପୁର ଓ ନିମାପଡ଼ା ବୁଥ୍ କୁ ଗଲେ ପୁଲିଂ ପାର୍ଟି
ପୁରୀ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଲୋକସଭା ଅନ୍ତର୍ଗତ ତଥା ପୁରୀ ଜିଲ୍ଲା କାକଟପୁର ଓ ନିମାପଡ଼ାରେ ଭୋଟ ଗ୍ରହଣ ପାଇଁ ପୁଲିଂ ପାର୍ଟି ଆଜି ବିଭିନ୍ନ ବୁଥକୁ ଯାଇଛନ୍ତି । ତାଳବଣିଆ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ବୁଥ ସରଞ୍ଜାମ ସହ ଇଭିଏମ୍, ଭିଭିପାଟ ମେସିନ ଧରି ପୁଲିଂପାର୍ଟି ଗାଡିରେ ଯାଇଛନ୍ତି । ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର (ନିର୍ବାଚନ) ସୁମନ୍ତ କୁମାର କର ପ୍ରମୁଖ ବିଦ୍ୟାଳୟରେ ଉପସ୍ଥିତ ରହି ପୁଲିଂ ପାର୍ଟି କିପରି ଗନ୍ତବ୍ୟ ସ୍ଥଳକୁ ଯିବେ ସେ ସଂପର୍କରେ ବୁଝାସୁଝା କରିଥିଲେ । ସୋମବାର ୨୯ତାରିଖ ଦିନ ନିମାପଡ଼ାରେ ୨୮୦ ବୁଥ ଓ କାକଟପୁରର ୨୮୦ ବୁଥକୁ ପୁଲିଂ ପାର୍ଟି ଯାଇଛନ୍ତି । ପ୍ରତି ବୁଥକୁ ଜଣେ ପ୍ରିଜାଇଡିଂ ଅଫିସର ଓ ୫ ଜଣ ପୁଲିଂ ଅଧିକାରୀ ଯାଇଛନ୍ତି । ନିମାପଡାରେ ୧୯ଟି ବୁଥ୍ ଓ କାକଟପୁରରେ ୩୧ଟି ବୁଥ୍ ଉତେଜନା ପ୍ରବଣ ରହିଛି । ବିଭିନ୍ନ ବୁଥରେ ସିଆରପିଏଫ ଜବାନଙ୍କୁ ମୁତୟନ କରାଯାଇଛି । ୬ ଜଣ ଇନ୍ସିପେକ୍ଟର, ୨ ଜଣ ଅତିରିକ୍ତ ଏସପି, ୨ଜଣ ଡିଏସପି ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଅଛନ୍ତି । ନିମାପଡା ଓ କାକଟପୁର ଥାନାରେ ସ୍ୱତନ୍ତ୍ର ପୁଲିସ ରଖାଯାଇଛନ୍ତି । ବିଭିନ୍ନ ବୁଥରେ ଗଣ୍ଡଗୋଳ ସମୟରେ ଏହି ବାହିନୀ ସେଠାରେ ଯାଇ ତୁରନ୍ତ ପହଂଚିବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି ।