କାଲିଠାରୁ ତାତି କମିବ !

କାଲିଠାରୁ ତାତି କମିବ !

କାଲିଠାରୁ ତାତି କମିବ !
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବ । ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ, ଗତ ୨ଦିନ ଓଡିଶା, ଆନ୍ଧ୍ର ଆଦିରେ ପ୍ରବଳ ତାତି ହେଉଛି । ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢୁଛି । ଜତ ୨ଦିନ ଭଳି ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆସନ୍ତାକାଲି ଠାରୁ ତାତି ହ୍ରାଦ ପାଇବା ସମ୍ଭାବନର ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି । କାଲିଠାରୁ କାଳବୈଶାଖୀ ବର୍ଷା ଥିବାରୁ ତାତି କମିବ । ଚଳିତ ବର୍ଷ ଏପ୍ରିଲ , ମେ, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିବ । ଏବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା, ବାରମ୍ବାର ଅଧିକ ହେବ ବୋଲି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ଗ୍ରୀଷ୍ମ ପ୍ରବାହ ପାଇଁ ଲୋକଙ୍କକୁ ସତର୍କ ରହିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି ।