କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
admin
Apr 17, 2020 - 13:45
Updated: Apr 17, 2020 - 13:45
ଭୁବନେଶ୍ୱର: ରେସନ କାର୍ଡ ନଥିଲେ ବି ଗରିବଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ । ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ବର୍ତ୍ତମାନ ସମୟରେ ଏଭଳି ନିର୍ଦ୍ଦେଶ ଦିଆଯାଉ । ଗ୍ରାମ ପଞ୍ଚାୟତସ୍ତରରେ ଚିହ୍ନଟ କରି ରେସନ କାର୍ଡ ନଥିଲେ ବି ବାସ୍ତବିକ ଗରିବ ଲୋକମାନଙ୍କୁ ଖାଇବାକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସମେତ ଦେଶର ବହୁ ସ୍ଥାନରେ ଥିବା ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀମାନଙ୍କ ସହ ଲକଡାଉନ ପରିସ୍ଥିତି ବାବଦରେ ଆଲୋଚନା କରିଛି । ଆଲୋଚନା ସମୟରେ ଅଧିକାଂଶ ବ୍ୟକ୍ତି ସୂଚନା ଦେଇଛନ୍ତି ଯେ ଦାଦନ ଶ୍ରମିକ, ଦିନ ମଜୁରିଆ, ଗରିବ ଓ ଭୂମିହୀନମାନେ ରେସନ କାର୍ଡ ନଥିବାରୁ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ଠିକ୍ ଭାବେ ଖାଇବାକୁ ସେମାନେ ପାଉନାହାନ୍ତି । ତେଣୁ ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ଲକଡାଉନ ସମୟରେ ନିହାତି ଖାଦ୍ୟ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଖାଇବା ଯୋଗାଇ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ରେସନ କାର୍ଡ ଥିବା ବ୍ୟକ୍ତିମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି । ହେଲେ ଏବେ ବି ରାଜ୍ୟରେ ବହୁଲୋକ ରେସନକାର୍ଡ ବିନା ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାର ବହୁ ଉଦାହରଣ ତାଙ୍କ ନିକଟରେ ପହଞ୍ଚିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି ।