ଭିକ୍ଷୁକ ହେଲେ ସଚେତନ: ମାସ୍କ ପିନ୍ଧି କଲେ ଭିକ୍ଷା ବୃତ୍ତି

ଭିକ୍ଷୁକ ହେଲେ ସଚେତନ: ମାସ୍କ ପିନ୍ଧି କଲେ ଭିକ୍ଷା ବୃତ୍ତି

ଭିକ୍ଷୁକ ହେଲେ ସଚେତନ: ମାସ୍କ ପିନ୍ଧି କଲେ ଭିକ୍ଷା ବୃତ୍ତି
କଟକ: ଲକଡାଉନ ଯୋଗୁଁ ସରକାର କଟକଣା କରିଛନ୍ତି । ଏହାକୁ ମାନିବାକୁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ଏହାକୁ ଅମାନ୍ୟ କରି ଅନେକ ପୁଲିସ ହାତରେ ଧରାପଡ଼ିଛନ୍ତି । ଏଠି କିନ୍ତୁ ବୀପରିତ । ଦୀର୍ଘ ବର୍ଷ ଧରି ଭିକ୍ଷାବୃତ୍ତି କରି ଚଳି ଆସୁଥିବା ମାତାମଠରେ ଜଣେ ଭିକ୍ଷୁକ ସରକାରଙ୍କ ନିୟମକୁ ପାଳନ କରି ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳୁଛି । ମୁହଁରେ ମାସ୍କ ପିନ୍ଧି ସେମାନେ ଭିକ୍ଷାବୃତ୍ତି କରୁଛନ୍ତି । ନିୟମ ଭାଙ୍ଗୁଥିବା ଲୋକମାନଙ୍କ ପାଇଁ ଏମାନେ ଏବେ ଉଦାହରଣ ସାଜିଛନ୍ତି । ଜନ୍ମରୁ ଅନ୍ଧ ଥିବା ଶୁକ ଦାସ ଓ ତାଙ୍କ ଭାଉଜ ସାବି ଦାସ ପ୍ରତିଦିନ ଏଠାରେ ଭିକ୍ଷାବୃତ୍ତି କରନ୍ତି । ମାତାମଠ ନିକଟ ଗଙ୍ଗେଶ୍ୱର ମନ୍ଦିର ନିକଟ ବସ୍ତିରେ ଉଭୟ ରହୁଛନ୍ତି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ତାଙ୍କ ଘର ହେଲେ ବି ସେମାନେ ଏଠାରେ ବହୁ ବର୍ଷ ହେଲାଣି ବାସ କରିଆସୁଛନ୍ତି । ଶୁକ ଜନ୍ମରୁ ଅନ୍ଧ ହେବା ଯୋଗୁଁ ତାଙ୍କ ଭାଇଙ୍କ ପାଖରେ କିଛି ଦିନ ରହିବା ପରେ ଏକୁଟିଆ ହୋଇଯାଇଥିଲେ । ସେବେଠାରୁ ସେ ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି । ଲକଡାଉନ ହେବା ଯୋଗୁଁ ଗରିବ ତଥା ଦିନ ମଜୁରିଆମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସହରରେ ଭିକ୍ଷା ବୃତ୍ତି କରି ଚଳୁଥିବା ବ୍ୟକ୍ତିମାନଙ୍କ ଘରେ ଚୁଲି ଜଳୁନାହିଁ । ଅଧିକାଂଶ ମନ୍ଦିର ଧମାନୁଷ୍ଠାନ ଆଦି ବନ୍ଦ ହେବା ଯୋଗୁଁ ସେମାନଙ୍କ ବୃତ୍ତିରେ କଳଙ୍କ ଲାଗି ଯାଇଛି । ଏପରିସ୍ଥିତିରେ ବଞ୍ଚିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି । ସରକାରଙ୍କ ତରଫରୁ ରିଲିଫ କିମ୍ବା ରାସନ କାର୍ଡ ଖଣ୍ଡିଏ ନଥିବାରୁ ଦୈନିକ ଭିକ୍ଷା ବୃତ୍ତି ହିଁ ଜୀବନ ବଞ୍ଚିବାର ମାଧ୍ୟମ ବୋଲି ସେମାନେ ଧରି ନେଇଛନ୍ତି ।