କେମିତି ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ

କେମିତି ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ

କେମିତି ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ୨୨ ରୁ ୨୯ ତାରିଖ ଯାଏ ପ୍ରାକ୍ଟିକାଲ ରେକର୍ଡ ଦାଖଲ ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରତିଦିନ ସକାଳ ୧୦ଟାରେ ଆରମ୍ଭ ହୋଇ ୧ଟା ଯାଏଁ ଚାଲିବ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଉତର ଖାତା ଦିଆଯିବ । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ପରୀକ୍ଷା ଆୟୋଜନ ହେବ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ପରିଷଦ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । ସେହିପରି ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଥିବା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ଲିଖିତ ପରୀକ୍ଷା ଅକ୍ଟୋବର ୧ ରୁ ଆରମ୍ଭ ହେବ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅକ୍ଟୋବର ୧ ରୁ ୧୧ ତାରିଖ ମଧ୍ୟରେ ପରୀକ୍ଷା ଦେବେ । ପରୀକ୍ଷା ସୂଚୀ ନେଇ ବିଭାଗ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।