କୋଚ ପଦ ଛାଡ଼ିବେ ରବି ଶାସ୍ତ୍ରୀ

କୋଚ ପଦ ଛାଡ଼ିବେ ରବି ଶାସ୍ତ୍ରୀ

  କୋଚ ପଦ ଛାଡ଼ିବେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ୟୁଏଇରେ ଅକ୍ଟୋବର ନଭେମ୍ବରରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସ୍ଥାନ ପୂରଣ ପାଇଁ ବିସିସିଆଇ ସାନି ଆବେଦନ କରିବ ବୋଲି ବିସିସିଆଇ ମଧ୍ୟସ୍ଥ ଏକ ସୂତ୍ରରୁ ପ୍ରକାଶ । ସୂଚନା ଯୋଗ୍ୟ, ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଯିବ । ଏହା ପରେ ଶାସ୍ତ୍ରୀ ତାଙ୍କ ଚୁକ୍ତିର ନବୀକରଣ କରିବାକୁ ଆଉ ଚାହାଁନ୍ତି ନାହିଁ । ୨୦୧୭ ଚାମ୍ପିଆନସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଭାରତ ପରାସ୍ତ ହେବା ପରେ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ । ଆରମ୍ଭରୁ ଶାସ୍ତ୍ରୀଙ୍କର ୨ ବର୍ଷ ପାଇଁ ଚୁକ୍ତି କରିଥିଲା । ଯାହା ଟିଟ୍ୱେଣ୍ଟି ବିଶ୍ୱକପ ସହ ସମାପ୍ତ ହେବ । ଏହା ପରଠାରୁ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ଶାସ୍ତ୍ରୀ ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚାଇଥିଲେ । କ୍ରିକେଟର ୩ଟି ଯାକ ବର୍ଗରେ ଭାରତ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ପାଲଟିଥିଲେ । ବିସିସିଆଇ ମଧ୍ୟସ୍ଥ ଉକ୍ତ ସୂତ୍ର ଏହା ମଧ୍ୟ କହିଛନ୍ତି ଯେ ଟ୍ୱେଣ୍ଟି୨୦ ବିଶ୍ୱକପ ପରେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଓହରିଯିବେ ଏବଂ ଚୁକ୍ତି ନବୀକରଣ କରିବାକୁ ଯଦି ବିସିସିଆଇ କହେ, ତେବେ ଏହାକୁ ସ୍ୱୀକାର କରିବେ ନାହିଁ ବୋଲି ବିସିସିଆଇକୁ ଶାସ୍ତ୍ରୀ ଜଣାଇ ଦେଇଛନ୍ତି ।