କୋଭିଡ କଟକଣାରେ ଚାଲିଛି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା

କୋଭିଡ କଟକଣାରେ ଚାଲିଛି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା

କୋଭିଡ କଟକଣାରେ ଚାଲିଛି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା
ଭୁବନେଶ୍ୱର : ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’। ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ଚଳିତ ବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରେ ବିଭୁଷିତ ହୋଇଛନ୍ତି ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀ ।