ବିହାର ନିର୍ବାଚନ : ପ୍ରଚାର ମଇଦାଦରେ ମୋଦୀ ଓ ରାହୁଲ

ବିହାର ନିର୍ବାଚନ : ପ୍ରଚାର ମଇଦାଦରେ ମୋଦୀ ଓ ରାହୁଲ

ବିହାର ନିର୍ବାଚନ : ପ୍ରଚାର ମଇଦାଦରେ ମୋଦୀ ଓ ରାହୁଲ
ନୂଆଦିଲ୍ଲୀ : ବିହାରର ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଗତିବିଦ୍ଧି ସେତିକି ମାତ୍ରାରେ ବୃଦ୍ଧି ହେବାର ଲାଗିଛି। ବିହାରର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଅର୍ଥାତ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରାଜ୍ୟରେ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି। ବିହାରରେ ଦୁଇ ନେତାଙ୍କ ଆଜି ଏହା ହେଉଛି ପ୍ରଥମ ରାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ତିନିଟି ରୋହତାସ, ଗୟା ଓ ଭାଗଲପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ସେହିଭଳି ରାହୁଲ ଗାନ୍ଧୀ ଭାଗଲପୁର ଜିଲ୍ଲାର କହଲଗାଁ ଓ ନବାଦର ହିସୁଆ ରାଲିରେ ଯୋଗଦେବେ। ଦଳ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ନିର୍ବାଚନୀ ସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜିର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ନୀତିଶ କୁମାରଙ୍କ ସହ ନଜର ଆସିବାକୁ ଥିବାବେଳେ ରାହୁଲ ଗାନ୍ଧି ତେଜସ୍ବୀ ଯାଦବଙ୍କ ସହ ଦେଖିବାକୁ ମିଳିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ନିର୍ବାଚନୀ ଜନସଭାରେ ଉଦବୋଧନ ଦେଇଛନ୍ତି । ବିହାରର ସାସାରାମ ଠାରେ ଆୟୋଜିତ ଏହି ଜନସଭାରେ ମୋଦୀ କହିଛନ୍ତି ଯେ ଯେଉଁମାନେ ବିହାରକୁ ପଛୁଆ କରି ରଖିଥିଲେ, ଲୋକମାନେ ସେମାନଙ୍କୁ ଭୁଲିବା ଉଚିତ ନୁହେଁ। ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ବିହାରରେ ନିତିଶ କୁମାରକୁ ଠିକଭାବେ କାମ କରିବାକୁ ଦିଆଯାଉନଥିଲା । ସେହି ସମୟରେ ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହୋଇଯାଇଥିଲା ଓ ଦୁର୍ନୀତି ବଢିଯାଇଥିଲା । ଏଣୁ ବିହାରବାସୀ ଏକ ସଂକଳ୍ପ ନେବା ଉଚିତ, ଯେ ଯେଉଁମାନେ ବିହାରକୁ ‘ବିମାରୁ’ ରାଜ୍ୟରେ ପରିଣତ କରିଥିଲେ ସେମାନଙ୍କୁ କେବେ ଭରସା କରିବେ ନାହିଁ ।