କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ।
କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ।
admin
Jun 25, 2020 - 11:07
Updated: Jun 25, 2020 - 11:07
କରୋନା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ଆସନ୍ତା ୨୬ ତାରିଖରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବେ । କିନ୍ତୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି । ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ପ୍ରବାସୀ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା, ସରପଞ୍ଚଙ୍କୁ କ୍ଷମତା ପ୍ରଦନା, କୋଭିଡ ସଂକ୍ରାନ୍ତ ଆବଶ୍ୟକ ସରଞ୍ଜାମ ସଂଗ୍ରହ ଓ ବ୍ୟାପକ ସଚେତନତା କ୍ଷେତ୍ରରେ ଓଡ଼ିଶା ସବୁ ଦିନଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି ବୋଲି ରାଜ୍ୟପାଳ କହିଛନ୍ତି । ଏହି ପ୍ରକି୍ରୟା ବଜାୟ ରଖିବାକୁ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ପରାମର୍ଶ ବି ଦେଇଛନ୍ତି ।
ରାଜଭବନରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ-୧୯ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯର୍୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଅନେକ କ୍ଷେତ୍ରରେ ଓଡ଼ିଶା ଦେଶରେ ଉଚ୍ଚମାନର ପ୍ରଦର୍ଶନ କରିଥିବା ଉଲ୍ଲେଖ କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ ହୋଇଥିବା କହିଥିଲେ । କୋଭିଡ ସହ ବାତ୍ୟା ଓ ପୁରୀ ରଥଯାତ୍ରା ସୁପରିଚାଳନା ଆହ୍ୱାନକୁ ଦକ୍ଷତାର ସହ ସମ୍ପନ୍ନ କରିଛି ବୋଲି ରାଜ୍ୟପାଳ କହିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିସନର ପରିଚାଳନା ନିଦେ୍ର୍ଧଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି, ଯୁଗ୍ମ ନିଦେ୍ର୍ଧଶକ ଡାକ୍ତର ଲୋକନାଥ ପାତ୍ର ପ୍ରମୁଖ କୋଭିଡ ପରିଚାଳନାର ଉଲ୍ଲେଖନୀୟ ଅନୁଭୂତି ଓ ଉପଲବ୍ଧି ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଜଭବନର ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ ସମ୍ପର୍କରେ ସାଧାରଣ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ ରାଜ୍ୟପାଳଙ୍କ ସଚିବ ଡାକ୍ତର ପି.କେ ମେହେର୍ଦ୍ଧା ମଧ୍ୟ ଉପସ୍ଥିତ ଥିଲେ ।