ବାତିଲ ହେଲା CBSE ପରୀକ୍ଷା ।

ବାତିଲ ହେଲା CBSE ପରୀକ୍ଷା ।

ବାତିଲ ହେଲା CBSE ପରୀକ୍ଷା ।
କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସିବିଏସଇର ବାକିଥିବା ସବୁ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଦଶମ ଓ ଦ୍ୱାଦଶରେ ବାକି ଥିବା ସବୁ ପରୀକ୍ଷାକୁ ବାତିଲ କରାଯାଇଛି । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ପରୀକ୍ଷା ବାତିଲ ହେବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ସଲିସିଟର ଜେନେରାଲ(ଏସଜି) ତୁଷାର ମେହେଟ୍ଟା ଜଣାଇଥିବା ସୂଚନା ରହିଛି । ପୂର୍ବ ପରୀକ୍ଷାର ଆସେସମେଣ୍ଟ କରି ରେଜଲ୍ଟ ପ୍ରକାଶ କରାଯିବ । ନିର୍ଦ୍ଧିଷ୍ଟଭାବେ କେବେ ରେଜଲ୍ଟ ବାହାରିବ ସେ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏସଜି ସୁପ୍ରିମକୋର୍ଟଙ୍କୁ ଜଣାଇଥିବା ସୂଚନା ରହିଛି । ଅନ୍ୟପକ୍ଷରେ ଆଇସିଏସଇ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି । ଆଇସିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ପରୀକ୍ଷା କରିବାକୁ ଆଇସିଏସଇ ବୋର୍ଡ ରାଜି ନଥିବା ସିଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।