ଲୋକାୟୁକ୍ତଙ୍କ ନିକଟରେ ହାଜର ହେବେ ପୂର୍ବ ଜିଲ୍ଲାପାଳ

ଲୋକାୟୁକ୍ତଙ୍କ ନିକଟରେ ହାଜର ହେବେ ପୂର୍ବ ଜିଲ୍ଲାପାଳ

ଲୋକାୟୁକ୍ତଙ୍କ ନିକଟରେ ହାଜର ହେବେ ପୂର୍ବ ଜିଲ୍ଲାପାଳ
ରାଉରକେଲା: ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ) ଉପାଧ୍ୟକ୍ଷ ଏବଂ ଏବେକାର ନିୟୋଜନ ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ରଶ୍ମିତା ପଣ୍ଡାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରାୟ ୭୦ ଲକ୍ଷ ଟଙ୍କା ବିନିଯୋଗରେ ନିଜର ରାଉରକେଲାସ୍ଥ ସରକାରୀ ବାସଭବନ ମରାମତି କରିବା ମାମଲାରେ ଶ୍ରୀମତୀ ପଣ୍ଡା ବେଶ ଅପବାଦ ମୁଣ୍ଡେଇବା ସହ ରାତି ଅଧିଆ ବଦଳି ହୋଇଥିଲେ । ତେବେ ଏହି ବିଳାସମୟ ବାସଭବନ ମରାମତି ବିବାଦ ତାଙ୍କ ପିଛା ଛାଡ଼ୁନି । ମିଳିଥିବା ସୂଚନା ଅନୁସାରେ ସରକାରୀ ଅର୍ଥର ଦୁରୂପଯୋଗ କରିବା ଅଭିଯୋଗରେ ଶ୍ରୀମତୀ ପଣ୍ଡାଙ୍କ ନାଁରେ ମାମଲା (ଏଲୱାଇ୧୧୩/୨୦୧୯) ରୁଜୁ ହୋଇଛି । ସେ ଆସନ୍ତା ୨୧ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ନିଜର ସପକ୍ଷ ର୍ଖିବେ । ଏହି ମାମଲାରେ ଆରଡିଏ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିଲେ । କାରଣ ଆରଡିଏ ଅଧ୍ୟକ୍ଷ ଅର୍ଥ ଅନୁମୋଦନ କରିବା ପରେ ଏତେ ପରିମାଣର ଅର୍ଥ ବ୍ୟୟ କରାଯାଇଥିବା ଅଭିଯୋଗକାରୀ ସ୍ଥାନୀୟ କଂଗ୍ରେସ ନେତା ତଥା ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢ଼ୀ ଦର୍ଶାଇଥିଲେ ।