ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବଦଳି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବଦଳି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବଦଳି
ଭୁବନେଶ୍ୱର : କରୋନା ସଙ୍କଟ ମଧ୍ୟ ଦେଇ ରାଜ୍ୟ ଗତି କରୁଥିବା ସମୟରେ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ବଦଳି କରାଯିବା ନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସୀତାଂଶୁଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ ବିଭାଗକୁ ବଦଳି କରାଯାଇଥିବା ବେଳେ ସନତ କୁମାର ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି କୀର୍ତ୍ତି ଭାସନଙ୍କୁ ଗଞ୍ଜାମ କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି, ଜେ ସୋନାଲଙ୍କୁ ଗଜପତି କାଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି, ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡା ଉପ ଜିଲ୍ଲାପାଳ ଏବଂ ସୂର୍ଯ୍ୟବଂଶୀ ମରୟର ବିକାଶଙ୍କୁ ସମ୍ବଲପୁରର ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି ।